Latest Odisha News

BREAKING NEWS

ବକ୍ସ ଅଫିସରେ ବାପା ସୁପରହିଟ୍‌, ପୁଅ ସୁପରଫ୍ଲପ୍‌

ମୁମ୍ବାଇ: ବଲିଉଡ଼ ଅଭିନେତା ସନ୍ନି ଦେଓଲଙ୍କ ଅଭିନିତ ଫିଲ୍ମ ‘ଗଦର ୨’ ବକ୍ସ ଅଫିସରେ ସୁପରହିଟ୍ ସାବ୍ୟସ୍ତ ହୋଇଥିଲା । ହେଲେ ନିକଟରେ ରିଲିଜ୍ ହୋଇଥିବା ତାଙ୍କ ପୁଅ ରାଜବୀର ଦେଓଙ୍କ ଫିଲ୍ମ ଦୋନୋ ଫ୍ଲପ୍ ହୋଇଛି । ଏହି ଫିଲ୍ମକୁ ଲୋକେ ପସନ୍ଦ କରି ନାହାନ୍ତି । ସବୁଠୁ ବଡ଼ କଥା, ଏହି ଫିଲ୍ମଟି ୨୦ କୋଟି ଟଙ୍କାରେ ନିର୍ମିତ ହୋଇଥିବା ବେଳେ ଏହାର ମାତ୍ର ୯୦ଟି ଟିକେଟ୍ ବିକ୍ରି ହୋଇଛି, ଯାହା ପ୍ରଯୋଜନା ସଂସ୍ଥାକୁ ଜୋରରେ ଧକ୍କା ଲାଗିଛି ।

BjdElectrycity

ବକ୍ସ ଅଫିସରେ ଏହି ଫିଲ୍ମର ଆୟ ଓ ଅଗ୍ରୀମ ବୁକିଂକୁ ଦେଖିଲେ ଏଭଳି କିଛି ମନେ ହେଉଛି । ସନ୍ନି ଦେଓଲଙ୍କ ପୁଅ ରାଜବୀରଙ୍କ ଡେବ୍ୟୁ ଫିଲ୍ମ ‘ଦୋନୋ’ । ହେଲେ ରିଲିଜ୍ ପରେ ବକ୍ସ ଅଫିସରେ ଫିଲ୍ମଟି ଫ୍ଲପ ହୋଇଥିବା ଚର୍ଚ୍ଚା ହେଉଛି । ସିନେ ସମୀକ୍ଷକ କମାଲ ଆର ଖାନ୍‌(କେଆରକେ) ଏକ୍ସରେ ପୋଷ୍ଟ କରି ଏଭଳି ଦାବି କରିଛନ୍ତି । ଆଉ ଟ୍ୱିଟ କରି କହିଛନ୍ତି ଯେ, “ସନ୍ନିଙ୍କ ପୁଅ ରାଜବୀରଙ୍କ ଡେବ୍ୟୁ ଫିଲ୍ମ ‘ଦୋନୋ’ ସୁପରଫ୍ଲପ ହୋଇଛି । ଶୁକ୍ରବାର ଦିନ କେବଳ ୯୦ଟି ଟିକେଟ୍ ବିକ୍ରି ହୋଇଥିବା ବେଳେ ଶନିବାର ପାଇଁ କେବଳ ୪୨ଟି ଏବଂ ରବିବାର ପାଇଁ କେବଳ ୪୩ଟି ଟିକେଟ୍ ବିକ୍ରି ହୋଇଛି । ମୁଁ ନିଶ୍ଚିତ ଯେ କେବଳ ପ୍ରଯୋଜକମାନେ ଏହି ଟିକେଟ୍ କିଣିଛନ୍ତି ।

ତେବେ ଏହି ଫିଲ୍ମରେ ରାଜବୀରଙ୍କ ସହ ଅଭିନେତ୍ରୀ ପୁନମ ଢ଼ିଲନଙ୍କ ଝିଅ ପଲୋମା ଠାକେରିଆ ମଧ୍ୟ ବଲିଉଡରେ ଡେବ୍ୟୁ କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.