Latest Odisha News

BREAKING NEWS

ଆଚାର ଖାଇବାକୁ ଭଲ ପାଆନ୍ତି କି ? କ୍ଷତି ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଆଚାର ନା ଶୁଣିବା ମାତ୍ରେ ଅନେକ ଲୋକଙ୍କ ପାଟିରେ ଲାଳ ଆସିଯାଏ । ହେଲେ ଆପଣ ଜାଣନ୍ତି କି ଆଚାର ଆମ ଶରୀର ପାଇଁ କେତେ କ୍ଷତିକାରକ…

ଭୁବନେଶ୍ଵର: ଯଦି ଭାରତକୁ ଆଚାର ଦେଶ କୁହାଯାଏ ତେବେ ବୋଧହୁଏ ଭୁଲ୍ ହେବନାହିଁ । କାରଣ ଏଠାରେ ସମସ୍ତ ପ୍ରକାରର ଆଚାର ସବୁ ସମୟରେ ବହୁ ସହଜରେ ମିଳିଯାଏ । ଯାହାକୁ ଲୋକମାନେ ବେଶ୍ ସରାଗରେ ସବୁ ସମୟରେ ଖାଇବାରେ ଖୋଜିଥାଆନ୍ତି । ବେଳେ ବେଳେ ଏପରି ମଧ୍ୟ ଦେଖିବାକୁ ମିଳେ ଯେ ଅନେକ ଲୋକ ଗାଁ ରୁ ସହର କିମ୍ବା ବିଦେଶ ଯିବାବେଳେ ସାଙ୍ଗରେ ଆଚାର ପ୍ୟାକ୍ କରି ନିଜ ସାଥିରେ ନିଅନ୍ତି । ଭାତ, ରୁଟି, ପରଟା ସହିତ ଏହାକୁ ଖାଇବାରେ ଏକ ଭିନ୍ନ ଆନନ୍ଦ ଅଛି । କିନ୍ତୁ ଆପଣ ଜାଣନ୍ତି କି ଆଚାରରେ ଲାକ୍ଟିକ୍ ଏସିଡ୍ ଥାଏ, ଯାହା ଆମ ସ୍ଵାସ୍ଥ୍ୟକୁ କ୍ଷତି ପହଞ୍ଚାଇଥାଏ ।

ଆମ ଶରୀରରେ ଲାକ୍ଟିକ୍ ଏସିଡ୍ ଏକ ପ୍ରମୁଖ ଜୈବିକ ଏସିଡ୍ ଏବଂ ରକ୍ତରେ ମିଳିଥାଏ । ଏହା ଆମ ଶରୀରର ଆବଶ୍ୟକତା ସମୟରେ ଏକ ଗୁରୁତ୍ଵପୂର୍ଣ୍ଣ ଶକ୍ତି ଉତ୍ସ ଭାବରେ କାମ କରେ । କିନ୍ତୁ ଶରୀରରେ ଏହାର ସିକ୍ରେସନ୍ ଯଦି ଆବଶ୍ୟକତା ଠାରୁ ଅଧିକ ହୁଏ ତେବେ ଅନେକ ପ୍ରକାର ସମସ୍ୟାର ସମ୍ମୁଖିନ ହେବାକୁ ପଡିଥାଏ । ଅତ୍ୟଧିକ ଲାକ୍ଟିକ୍ ଏସିଡ୍ ଶରୀରରେ ଅକ୍ସିଡୋସିସ୍ ସୃସ୍ଟି କରିପାରେ, ଯେଉଁଥିରେ ରକ୍ତର pH ସ୍ତର ଖରାପ ହୋଇପାରେ । ଏହା ଦୁର୍ବଳତା, ବାନ୍ତି, ଯନ୍ତ୍ରଣା ସୃଷ୍ଟି କରେ । ଲାକ୍ଟିକ୍ ଏସିଡ୍ ମାଂସପେଶୀରେ ଯନ୍ତ୍ରଣା ଏବଂ କଠିନତା ସୃଷ୍ଟି କରିପାରେ, ଯାହା ଦୈନନ୍ଦିନ କାର୍ଯ୍ୟକଳାପ ଉପରେ ପ୍ରଭାବ ପକାଇବ ।

ଅତ୍ୟଧିକ ଲାକ୍ଟିକ୍ ଏସିଡ୍ ସ୍ତର ଉଚ୍ଚ ରକ୍ତଚାପର ସମସ୍ୟାକୁ ବଢାଇପାରେ । ଅକ୍ସିଡୋସିସ୍ ବାନ୍ତି ଏବଂ ଦୁର୍ବଳ ଅନୁଭବ କରାଏ । ଯାହାଦ୍ଵାରା ଆପଣଙ୍କୁ କ୍ଳାନ୍ତ ଅନୁଭବ ହୁଏ । ଅତ୍ୟଧିକ ଲାକ୍ଟିକ୍ ଏସିଡ୍ ରିଲିଜ୍ ହେତୁ ହଜମ ଜନିତ ସମସ୍ୟା ଭଳି ପେଟ ଯନ୍ତ୍ରଣା, ଗ୍ୟାସ୍, କୋଷ୍ଠକାଠିନ୍ୟ ଭଳି ଅଭିଯୋଗ ହୋଇପାରେ । ଅକ୍ସିଡୋସିସ୍ ଶୁଖିଲା ପାଟିରେ ସମସ୍ୟା ସୃଷ୍ଟି କରିପାରେ । ଯାହା ଖାଇବା ଏବଂ ପିଇବାରେ ଅସୁବିଧା ସୃଷ୍ଟି କରିପାରେ । ସେହିପରି ହୃଦୟ ସମ୍ବନ୍ଧୀୟ ଅସୁସ୍ଥତା ସୃଷ୍ଟି କରିପାରେ ଲାକ୍ଟିକ୍ ଏସିଡ୍ । ଯେପରିକି ଛାତି ଯନ୍ତ୍ରଣା ଏବଂ ଅନିୟମିତତା ହୃଦସ୍ପନ୍ଦନ । ଲାକ୍ଟିକ୍ ଏସିଡ୍ ର ଅତ୍ୟଧିକ ବ୍ୟବହାର ଦ୍ଵାରା ମୁଣ୍ଡବିନ୍ଧା ଏବଂ ମୁଣ୍ଡ ବୁଲାଇବା ଭଲି ସମସ୍ୟା ଦେଖାଦେଇପାରେ । ତେଣୁ ଏହାକୁ ଅଧିକ ଖାଆନ୍ତୁ ନାହିଁ ।

Leave A Reply

Your email address will not be published.