Latest Odisha News

BREAKING NEWS

ଭାରତୀୟ ବାୟୁସେନାର ଆପତ୍ତି ପର‌େ କ୍ଷମା ମାଗିଲ‌େ ଅନିଲ କପୁର

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଆପତ୍ତି ପରେ କ୍ଷମା ମାଗିଛନ୍ତି ବଲିଉଡ ଅଭିନେତା ଅନିଲ କପୁର। ବୁଧବାର ଦିନ ଅନିଲ୍ ତାଙ୍କର ଅପକମିଂ ଚଳଚ୍ଚିତ୍ର “AK vs AK” ର ଟିଜର ସେୟାର କରିଥିଲ‌େ।

 

ଯାହା ପରେ ବାୟୁସେନା ଫିଲ୍ମକୁ ନେଇ ଆପତ୍ତି ଦର୍ଶାଇବା ସହ ଏହାର କିଛି ଦୃଶ୍ୟକୁ ହଟାଇବା ଲାଗି ଦାବି କରିଥିଲ‌େ। ଏପରିକି ଭାରତୀୟ ବାୟୁସେନା ଟୁଇଟ୍ କରି କହିଥିଲ‌େ ଯେ ଏହି ଫିଲ୍ମର ଏକ ସିନର‌େ IAF ୟୁନିଫର୍ମକୁ ଭୁଲ୍ ଭାବରେ ପ୍ରର୍ଦଶନ କରାଯାଇଛି ଏବଂ ଏହା ସୈନ୍ୟବାହିନୀର ପ୍ରକୃତ ବ୍ୟବହାର ନୁହେଁ।

ଯାହା ପର‌େ ଟ୍ବିଟ କରି କ୍ଷମା ମାଗିଛନ୍ତି ଅନିଲ୍ କପୁର।

ନେଟଫ୍ଲିକ୍ସରେ ଏହି ଫିଲ୍ମ ଡିସେମ୍ବର ୨୪ ତାରିଖରେ ରିଲିଜ୍ ହେବ । ଫିଲ୍ମରେ ଅନିଲ କପୁରଙ୍କ ସହ ଅନୁରାଗ କଶ୍ୟପ ଲିଡ୍ ରୋଲରେ ଅଛନ୍ତି । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ବିକ୍ରମାଦିତ୍ୟ ମୋଟବାନୀ ।

Comments are closed.