Latest Odisha News

BREAKING NEWS

ଆକାଶ ପାଠକଙ୍କୁ କାଲିଠୁ ୫ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ଖୋଲିବ ଆକାଶ ପାଠକଙ୍କ ଚାକିରି ଜାଲିଆଜିର ଗୁମର । ଅଧିକ ତଥ୍ୟ ହାସଲ ପାଇଁ ତାଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ । ୫ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ମିଳିଛି । କାଲିଠୁ ଆକାଶଙ୍କୁ ରିମାଣ୍ଡରେ ନେଇ ଜେରା କରିବ କ୍ରାଇମବ୍ରାଞ୍ଚ । ଆକାଶ ଏବେ ଭୁବନେଶ୍ୱର ଝାରପଡ଼ା ଜେଲରେ ଅଛନ୍ତି ।

ଆକାଶ ପୁନେ ଟାଟା ପାସେଞ୍ଜର୍ସ ଡିଭିଜନରେ ଏମଡି ଥିବା କହିଥିଲେ । ଟାଟାରେ ଚାକିରି ଦେବାକୁ କହି ଲୋକଙ୍କୁଠାରୁ କୋଟି କୋଟି ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି । ସେ ଟାଟାର କର୍ମଚାରୀ ନଥିବା କମ୍ପାନୀ କର୍ତ୍ତୃପକ୍ଷ ସ୍ପଷ୍ଟୀକରଣ ଦେଇଛନ୍ତି । ପୂର୍ବରୁ ବି ଟାଟା କର୍ତ୍ତୃପକ୍ଷ କ୍ରାଇମବ୍ରାଞ୍ଚରେ ଅଭିଯୋଗ କରିଥିଲେ ।

ଜାଲିଆତିର ଗୁମର ଖୋଲିବା ପରେ କ୍ରାଇମବ୍ରାଞ୍ଚର ଗୋଟିଏ ଟିମ୍ ପୁନେ ଯାଇ କୋଳତାଡ କରିଥିଲା । ଆଉ ଗୋଟିଏ ଟିମ୍ ବ୍ରହ୍ମପୁରରେ ତଦନ୍ତ କରିବା ସହ ତଥ୍ୟ ହାତେଇଥିଲା । ଅଧିକ ଖୋଳତାଡ ପାଇଁ ରିମାଣ୍ଡ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ ।

ପୂର୍ବରୁ ଆକାଶଙ୍କ ପିଏ ଡେଭିଡ ପିଟରଙ୍କୁ ଚାକିରି ଜାଲିଆତି ସମ୍ପର୍କରେ ପଚରାଉଚରା କରି ତଥ୍ୟ ହାସଲ କରିଛି କ୍ରାଇମବ୍ରାଞ୍ଚ । ରିମାଣ୍ଡରେ ନେଇ ଡେଭିଡଙ୍କ ସହ ଆକାଶଙ୍କୁ ମୁହାଁମୁହିଁ ଜେରା କରିପାରେ କ୍ରାଇମବ୍ରାଞ୍ଚ । ପୂର୍ବରୁ ଆକାଶଙ୍କୁ ଭିଜିଲାନ୍ସ ତିନି ଦିନିଆ ରିମାଣ୍ଡରେ ନେଇ ଜେରା କରିଥିଲା ।

Leave A Reply

Your email address will not be published.