Latest Odisha News

BREAKING NEWS

ଆଇସିସି ପୁରୁଷ ଟି -୨୦ ବିଶ୍ୱକପ ୨୦୨୨ ପାଇଁ ଭାରତୀୟ ଦଳ ଘୋଷଣା

ମୁମ୍ବାଇ: ଆସନ୍ତାମାସରେ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଆଇସିସି ପୁରୁଷ ଟି -୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ । ଭାରତୀୟ ଦଳରେ ରୋହିତ ଶର୍ମା ଅଧିନାୟକ ଥିବାବେଳେ, କେ.ଏଲ୍ ରାହୁଲଙ୍କୁ ଉପ-ଅଧିନାୟକ ଦାୟିତ୍ବ ଦେଇଛି ବିସିସିଆଇ ।

ଏହା ସହ ଦଳରେ ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡା, ଋଷଭ ପନ୍ତ (ଉଇକେଟ୍ କିପର୍), ଦୀନେଶ କାର୍ତ୍ତିକ (ଉଇକେଟ କିପର୍), ହାର୍ଦ୍ଦିକ ପାଣ୍ଡ୍ୟା, ଆର ଅଶ୍ୱୀନ, ୟୁଜବେନ୍ଦ୍ର ଚହଲ, ଅକ୍ସର ପଟେଲ, ଜସପ୍ରୀତ ବୁମରା, ଭୁବନେଶ୍ବର କୁମାର, ହର୍ଷଲ ପଟେଲ ଏବଂ ଅର୍ଶଦୀପ ସିଂ ସ୍ଥାନ ପାଇଛନ୍ତି ।

ଷ୍ଟାଣ୍ଡବାଇ ଖେଳାଳି ଭାବେ ମହମ୍ମଦ ସାମି, ଶ୍ରେୟସ୍ ଆୟର, ରବି ବିଷ୍ଣୋଇ ଏବଂ ଦୀପକ ଚହରଙ୍କ ନାମ ରହିଛି । ଏହା ସହ ଅଷ୍ଟ୍ରେଲିଆ ଏବଂ ସାଉଥ ଆଫ୍ରିକାରେ ଖେଳାଯିବାକୁ ଥିବା ଟି -20 ସିରିଜ ପାଇଁ ମଧ୍ୟ ରୋହିତ ଶର୍ମାଙ୍କୁ ଅଧିନାୟକ ଦାୟିତ୍ବ ଦିଆଯାଇଛି ।

Leave A Reply

Your email address will not be published.