Latest Odisha News

BREAKING NEWS

ରାଜ୍ୟରେ ଅଛନ୍ତି ୨୩୦୪୦୩ ଷଣ୍ଢ: ପ୍ରାଣୀ ସମ୍ପଦ ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ବର୍ତ୍ତମାନ ୩୦ଟି ଜିଲ୍ଲାରେ ଅଛନ୍ତି ୨ ଲକ୍ଷ ୩୦ ହଜାର ୪୦୩ଟି ଷଣ୍ଢ । ସର୍ବାଧିକ ଷଣ୍ଢ ଅନୁଗୁଳ ଜିଲ୍ଲାରେ ଅଛନ୍ତି । ଆଜି ଅର୍ଥାତ୍ ବୁଧବାର ବିଧାନସଭାରେ ଷଣ୍ଢ ପ୍ରସଙ୍ଗ ଉଠାଇଥିଲେ କଂଗ୍ରେସ ବିଧାୟକ ତାରାବାହିନୀ ପତି । ତାଙ୍କ ପ୍ରଶ୍ନର ଉତ୍ତରରେ ଏହି ତଥ୍ୟ ରଖିଛନ୍ତି ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ।

ଷଣ୍ଢ ପ୍ରସଙ୍ଗରେ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଥିଲେ ଯେ, ଉନ୍ନତ ମାନର ଷଣ୍ଢ ପ୍ରଜନନ ପାଇଁ ହିମିକୃତ ଶୁକ୍ର ଭଣ୍ଡାର ବ୍ୟବହାର କରଯାଉଛି । ରାଜ୍ୟରେ ଷଣ୍ଢମାନଙ୍କ ସଂଖ୍ୟା ବଢାଇବାକୁ ସରକାର ପଦକ୍ଷେପ ନେଉଛନ୍ତି ବୋଲି ବିଧାନସଭାରେ ଉତ୍ତର ରଖିଥିଲେ ପ୍ରାଣୀ ସମ୍ପଦ ମନ୍ତ୍ରୀ ।

ମନ୍ତ୍ରୀଙ୍କ ତଥ୍ୟ ଅନୁସାରେ, ଅନୁଗୁଳରେ ବର୍ତ୍ତମାନ ଷଣ୍ଢଙ୍କ ସଂଖ୍ୟା ୪୭୩୭୭ ଷଣ୍ଢ ଥିବାବେଳେ, ବଲାଙ୍ଗୀରରେ ୫୬୬୮ଟି ଷଣ୍ଢ ଅଛନ୍ତି । ସେହିପରି ବାଲେଶ୍ଵରରେ ୬୩୧୨ ଟି ଷଣ୍ଢ । ବରଗଡ଼ରେ ୩୯୨୨ଟି, ବୌଦ୍ଧରେ ୩୯୬୩, ଭଦ୍ରକରେ ୨୪୭୫ଟି, କଟକରେ ୩୭୪୬ଟି, ଦେବଗଡ଼ରେ ୨୩୯, ଢେଙ୍କାନାଳରେ ୧୯୪୩, ଗଜପତିରେ ୧୨୬୬୨, ଗଂଜାମରେ ୭୧୯୩, ଜଗତସିଂପୁରରେ ୧୨୪୧, ଝାରସୁଗୁଡାରେ ୧୨୭୨, ଯାଜପୁରରେ ୧୯୯୦, କଳାହାଣ୍ଡିରେ ୬୭୯୪, କନ୍ଧମାଳରେ ୧୭୧୭୬, କେନ୍ଦୁଝରରେ ୪୮୪୦, କେନ୍ଦ୍ରାପଡ଼ାରେ ୧୫୧୭, ଖୋର୍ଦ୍ଧାରେ ୨୫୩୨, କୋରାପୁଟରେ ୩୯୭୪୩, ମାଲକାନଗିରିରେ ୧୯୨୨୧, ମୟୂରଭଞ୍ଜରେ ୧୩୪୭୯, ନବରଙ୍ଗପୁରରେ ୨୧୮୪୬, ନୟାଗଡ଼ରେ ୯୩୫, ନୂଆପଡ଼ାରେ ୨୭୯୮, ପୁରୀରେ ୨୫୭୪, ରାୟଗଡ଼ାରେ ୧୭୪୮୫, ସମ୍ବଲପୁରରେ ୨୬୯୫, ସୁବର୍ଣ୍ଣପୁରରେ ୩୪୮୨, ସୁନ୍ଦରଗଡରେ ୬୭୩୦ଟି ଷଣ୍ଢ ଅଛନ୍ତି ।

ସୂଚନାଯୋଗ୍ୟ, ଆଜି ବିଧାନସଭା ଗୃହରେ କଂଗ୍ରେସ ବିଧାୟକ ତାରା ବାହିନୀପତି ପ୍ରଶ୍ନ କରିଥିଲେ ଯେ, ରାଜ୍ୟରେ କେଉଁ ଜିଲ୍ଲାରେ କେତେ ଷଣ୍ଢ ଅଛନ୍ତି? ସେମାନଙ୍କ ସଂଖ୍ୟା କେତେ? ବିଧାୟକଙ୍କ ଏହି ପ୍ରଶ୍ନରେ ଉତ୍ତର ରଖିଥିଲେ ମନ୍ତ୍ରୀ ।

Leave A Reply

Your email address will not be published.