Latest Odisha News

BREAKING NEWS

ସୁଶାନ୍ତ ସିଂ ରାଜପୁତଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପୂର୍ବରୁ ସୋସିଆଲ୍‌ ମିଡିଆରୁ ବିରତି ନେଲେ ଅଙ୍କିତା

ନୂଆଦିଲ୍ଲୀ: ଲୋକପ୍ରିୟ ଟେଲିଭିଜନ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର୍‌ କରି ସୋସିଆଲ ମିଡିଆରୁ ବିରତି ନେବା ବିଷୟରେ ତାଙ୍କ ପ୍ରଶଂସକଙ୍କୁ ସୂଚନା ଦେଇଛନ୍ତି। ଅଭିନେତ୍ରୀ ଲେଖିଛନ୍ତି, ‘ଏହା ବିଦାୟ ନୁହେଁ, ଏହା ହେଉଛି ପରେ ଦେଖା ହେବା’। ସେ ସମ୍ପୁର୍ଣ୍ଣ ରୂପେ ସୋସିଆଲ୍‌ ମିଡିଆରୁ ଦୂରେଇ ଯାଇ ନାହାନ୍ତି ବରଂ ସାମୟିକ ଭାବେ ଏଥିରୁ ବିରତି ନେଇଛନ୍ତି ବୋଲି ସେ କହିଛନ୍ତି।

ଅଭିନେତ୍ରୀ ଏହାକୁ ଅନଲାଇନରେ ସେୟାର କରିବା ମାତ୍ରେ ପ୍ରଶଂସକମାନେ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ସେଥିରୁ କିଛି ନିରାଶ ମଧ୍ୟ ହୋଇଥିଲେ। ଅନ୍ୟମାନେ ଜୁନ୍ ୧୪ ରେ ସୁଶାନ୍ତ ସିଂ ରାଜପୁତଙ୍କ ପ୍ରଥମ ମୃତ୍ୟୁ ବାର୍ଷିକୀକୁ ଏହା ପଛର କାରଣ ବୋଲି ଦର୍ଶାଇଥିବା ମଧ୍ୟ ଦେଖିବାକୁ ମିଳିଛି।

Comments are closed.