ମୁମ୍ବାଇ: ଅଗଷ୍ଟ ୧୪ରେ ସୁଶାନ୍ତ ସିଂ ରାଜପୁତ ଓ ଅଙ୍କିତା ଲୋଖଣ୍ଡେଙ୍କ ସହ ଜଡିତ ଏକ ଖବର ସାମ୍ନାକୁ ଆସିଥିଲା । ଏନ୍ଫୋର୍ସମେଣ୍ଟ ଡିରେକ୍ଟୋରେଟ୍ (ED) କହିଥିଲା ମୁମ୍ବାଇର ମଲାଡ ସ୍ଥିତ ଅଙ୍କିତାଙ୍କ ୪.୫କୋଟି ଦାମର ଫ୍ଲାଟ୍ର ଇଏମ୍ଆଇ ସୁଶାନ୍ତ ସିଂ ରାଜପୁତଙ୍କ ଆକାଉଣ୍ଟରୁ କଟୁଥିଲା । ଏହି ଖବର ପ୍ରଚାରିତ ହେବା ପରେ ସାରା ଦେଶରେ ହଟଚମଟ ସୃଷ୍ଟି ହୋଇଥିଲା । ହେଲେ ଶେଷରେ ଏହି ମାମଲାକୁ ନେଇ ଜବାବ ରଖିଛନ୍ତି ଅଙ୍କିତା ଲୋଖଣ୍ଡେ ।
ଶୁକ୍ରବାର ରାତିରେ ଏ ନେଇ ଜବାବ ଦାଖଲ କରିଥିଲେ ଅଙ୍କିତା ଲୋଖଣ୍ଡେ । ଅଙ୍କିତାଙ୍କ ଦାବି ଅନୁଯାୟୀ ତାଙ୍କ ଫ୍ଲାଟର ବକୈୟା ଟଙ୍କା ସୁଶାନ୍ତ ନୁହେଁ ବରଂ ଖୋଦ ସେ ନିଜେ ଦେଉଥିଲେ । ଦାବି ମୁତାବକ ସେ ପ୍ରମାଣ ସ୍ୱରୂପ ଘରର ରେଜିଷ୍ଟ୍ରେସନ୍ କାଗଜପତ୍ର ଓ ବ୍ୟାଙ୍କର ଷ୍ଟେଟ୍ମେଣ୍ଟ ବି ସୋସିଆଲ୍ ମିଡିଆରେ ଶେୟାର କରିଛନ୍ତି ।
Here i cease all the https://t.co/Hijb7p0Gy6 transparent as I could https://t.co/YUZm1qmB3L Flat’s Registration as well as my Bank Statement’s(01/01/19 to 01/03/20)highlighting the emi’s being deducted from my account on monthly basis.There is nothing more I have to say? pic.twitter.com/qpGQsIaOGw
— Ankita lokhande (@anky1912) August 14, 2020
ଯାହା ଜଣାପଡୁଛି ସୁଶାନ୍ତଙ୍କ ମୃତ୍ୟୁ ମାମଲା ସହ ଜଡିତ ଅନେକ ଘଟଣାରେ ଇଡି ବର୍ତ୍ତମାନ ସୁଦ୍ଧା ସଠିକ୍ ପ୍ରମାଣ ଯୋଗାଡ କରିପାରିନି । ରିୟାଙ୍କ ବୟାନ ଅନୁସାରେ ଇଡି ପ୍ରକାଶ କରିଥିଲା ଯେ ଅଙ୍କିତା ରହୁଥିବା ଘର ସୁଶାନ୍ତଙ୍କ ନାଁରେ ରହିଛି । ଏପରିକି ସେ ଏହାର ଇଏମ୍ଆଇ ବି ଦେଉଥିଲେ । ତେବେ ଅଙ୍କିତା ପ୍ରମାଣ ଦାଖଲ କରିବା ପରେ ଏବେ ଘଟଣା ଭିନ୍ନ ମୋଡ ନେଇଛି । ଅଧିକ ତଥ୍ୟ ପାଇଁ ଇଡି ପ୍ରପର୍ଟି ଡିଲର୍ ସହ ଯୋଗାଯୋଗ କରିଛି ।
Comments are closed.