Latest Odisha News

BREAKING NEWS

ଭୁବନେଶ୍ୱର ଓ କଟକରେ ଏସବିଆଇର ୨ ଶାଖା ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଭୁବନେଶ୍ୱର ଓ କଟକରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ)ର ଦୁଇଟି ନୂତନ ଶାଖା ସହିତ ୨୮ ଜିଲ୍ଲାରେ ୨୮ଟି ହବ୍ ଉଦଘାଟନ୍ କରିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କରୋନା ମହାମାରୀ ପରିପ୍ରେକ୍ଷୀରେ ସାରା ବିଶ୍ୱ ଏକ ଆହ୍ୱାନମୂଳକ ପରିସ୍ଥିତି ଦେଇ ଗତି କରୁଛି । ଏହି ସମୟରେ ଦେଶ ଓ ରାଜ୍ୟର ଅର୍ଥନୈତିକ ପୁନରୁଦ୍ଧାର ସହିତ ଗ୍ରାମାଞ୍ଚଳର ଗରିବ ଲୋକ ଓ ପ୍ରବାସୀ ଶ୍ରମିକଙ୍କ ପାଇଁ ଜୀବିକା ସୁଯୋଗ ସୃଷ୍ଟି କରିବାରେ ବ୍ୟାଙ୍କ ମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତେଣୁ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ରାଜ୍ୟର ଅପହଞ୍ଚ ଅଞ୍ଚଳରେ ଅଧିକରୁ ଅଧିକ ସଂଖ୍ୟକ ଶାଖା ଖୋଲିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି ।

ତୃଣମୂଳ ସ୍ତରରେ ଲୋକଙ୍କର ଅର୍ଥନୈତିକ ଅନ୍ତର୍ଭୁକ୍ତି ପାଇଁ ଜିଲ୍ଲା ସ୍ତରରେ ଡିଷ୍ଟି୍ରକ୍ଟ ସେଲ୍ସ ହବ୍ ସ୍ଥାପନା କରିବାରେ ଷ୍ଟେଟ୍ ବ୍ୟାଙ୍କର ଅଭିନବ ଉଦ୍ୟମକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି।

ଏହି ଅବସରରେ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ, ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ, ବିକାଶ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ଭି.କେ ପାଣ୍ଡିଆନ୍ ଏବଂ ଏସବିଆଇର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.