Latest Odisha News

BREAKING NEWS

ବସ୍ତିପିଲାଙ୍କ ସହ ହୋଲି ପାଳିଲା ଅଙ୍କୁର ଫାଉଣ୍ଡେସନ

ଭୁବନେଶ୍ୱର: ଅଙ୍କୁର ଫାଉଣ୍ଡେସନ ପକ୍ଷରୁ ୧୮ ତାରିଖରେ ହୋଲି ଉତ୍ସବ ପାଳିତ ହୋଇଯାଇଛି । ଏକ ନିଆରା ଆୟୋଜନରେ ଫାଉଣ୍ଡେସନ ତରଫରୁ ବସ୍ତିରେ ରହୁଥିବା ପିଲାଙ୍କ ସହିତ ରଙ୍ଗ ଖେଳ କରା ଯାଇଥିଲା। ପିଲାଙ୍କୁ ହୋଲି ଖେଳିବା ପାଇଁ ରଙ୍ଗ ଓ ପିଚକାରୀ ଉପହାର ଦେବାସହ ସୁରକ୍ଷିତ ଓ ସୁନ୍ଦର ହୋଲି ପାଳନର ଏକ କର୍ମଶାଳାର ମଧ୍ୟ ଆୟୋଜନ କରାଯାଇଥିଲା। ଆଇଆରସି ଭିଲେଜ ପାଖ ବସ୍ତିର ପିଲାମାନେ ଏହି ସମାରୋହ ଏବଂ କର୍ମଶାଳାରେ ଯୋଗ ଦେଇଥିଲେ।

ପ୍ରତି ବର୍ଷ ପିଲାମାନଙ୍କ ବୌଦ୍ଧିକ ଶକ୍ତିର ବିକାଶ ପାଇଁ ଅଙ୍କୁର ତରଫରୁ ଏମିତି ଅନେକ ସୃଜନଶୀଳ କାର୍ୟ୍ୟକ୍ରମ କରା ଯାଇଥାଏ। ହୋଲି ଉତ୍ସବ ମାଧ୍ୟମରେ ଏକ ସୁସ୍ଥ ଏବଂ ସୁନ୍ଦର ଶିଶୁ ସମାଜ ଗଠନ ଆମ ଲକ୍ଷ୍ୟ ବୋଲି ଅଙ୍କୁରର ସମ୍ପାଦିକା ଚିନ୍ମୟୀ ପଣ୍ଡା କହିଛନ୍ତି। ଏହି ଉତ୍ସବ ମାଧ୍ୟମରେ ସବୁ ବର୍ଗର ଶିଶୁଙ୍କ ମଧ୍ୟରେ ସମାନତାର ବାର୍ତ୍ତା ପହଞ୍ଚାଇବା ଆମର ଉଦ୍ଦେଶ୍ୟ ବୋଲି ଅଙ୍କୁର ପକ୍ଷରୁ କୁହାଯାଇଛି।

Comments are closed.