Latest Odisha News

ଅଁଳା ନବମୀରେ କରନ୍ତୁ ଏହିସବୁ କାମ, ନିଶ୍ଚିତ ମିଳିବ ଶୁଭଫଳ !

ଭୁବନେଶ୍ୱର: କାର୍ତ୍ତିକ ମାସ ଶୁକ୍ଲପକ୍ଷ ତିଥି ନବମୀରେ ପଡେ ଅଁଳା ନବମୀ । ଅଁଳା ନବମୀ ଦିନ ଅଁଳା ଗଛକୁ ପୂଜା କରାଯାଇଥାଏ । ଏହି ଦିନ ଅଁଳା ଗଛକୁ ପୂଜା କଲେ ମା ଲକ୍ଷ୍ମୀଙ୍କ ବିଶେଷ କୃପା ମିଳୁଥିବା ବିଶ୍ୱାସ ରହିଛି ।

ଜ୍ୟୋତିର୍ବିଦଙ୍କ କହିବାନୁଯାୟୀ, ଏହି ଦିନ ଅଁଳାର ରସ ଗାଧୋଇବା ପାଣିରେ ମିଶେଇ ସ୍ନାନ କରିବା ଦ୍ୱାରା ନକାରାତ୍ମକ ଶକ୍ତି ନଷ୍ଟ ହୋଇ ସକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ । ଏହା ତ୍ୱଚା ପାଇଁ ବହୁତ ଲାଭପ୍ରଦ । ଏହାଦ୍ୱାରା ତ୍ୱଚାର ଚମକ ମଧ୍ୟ ବଢିଥାଏ ।

ଆୟୁର୍ବେଦ ଅନୁସାରେ ଅଁଳା ସ୍ୱାସ୍ଥ୍ୟପକ୍ଷେ ବହୁତ ଗୁଣକାରୀ ଅଟେ। ନିୟମିତ ଅଁଳା ରସ ସେବନ କଲେ ଆୟୁଷ ବଢିଥାଏ ଏବଂ ସବୁ ପ୍ରକାର ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ । ଅଁଳା ରସର ଧାର୍ମିକ ମହତ୍ୱ ମଧ୍ୟ ରହିଛି । ନିୟମିତ ଅଁଳା ରସ ପାଣି ପିଇଲେ ପାପ ନଷ୍ଟ ହୋଇ ପୁଣ୍ୟ ମିଳିଥାଏ ବୋଲି ଶାସ୍ତ୍ରରେ ବର୍ଣ୍ଣିତ ରହିଛି ।

ପିପାଳ, ତୁଳସୀ ଭଳି ଅଁଳା ମଧ୍ୟ ପୂଜନୀୟ ଏବଂ ପବିତ୍ର ବୋଲି ବିଶ୍ୱାସ ରହିଛି । ସେଥିପାଇଁ ଅଁଳା ନବମୀରେ ଅଁଳା ଗଛକୁ ପୂଜା କରାଯାଇଥାଏ ।

Comments are closed.