Latest Odisha News

BREAKING NEWS

କେଜ୍ରିୱାଲଙ୍କୁ ସିବିଆଇର ସମନ ନେଇ ମୁହଁ ଖୋଲିଲେ ଆନ୍ନା ହଜାରେ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାର ତଦନ୍ତ କରୁଥିବା ସିବିଆଇ ଏବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପଚରାଉଚରା କରିବ । କେଜ୍ରିୱାଲଙ୍କୁ ଆସନ୍ତାକାଲି ଜେରା ପାଇଁ ସିବିଆଇ ସମନ ଜାରି କରିଛି । କେଜ୍ରିୱାଲଙ୍କୁ ସିବିଆଇର ସମନ ପରେ ପ୍ରତିକ୍ରିୟା ରଖିଛନ୍ତି ଆନ୍ନା ହଜାରେ । କହିଛନ୍ତି, ‘କିଛି ଦୋଷ ଦେଖା ଯାଉଥିବାରୁ ଜେରା ହେଉଛି, ଯଦି ଭୁଲ୍ କରିଛନ୍ତି ଦଣ୍ଡ ମିଳିବା ଦରକାର ।’

ଆନ୍ନା ହଜାରେ ଆହୁରି କହିଛନ୍ତି, ‘ମୁଁ ତ ଆଗରୁ ଏକ ଚିଠି ଲେଖିଥିଲି । ମଦ କଥା କାହିଁ ଭାବୁଛନ୍ତି । ଭଲ କଥା ଭାବନ୍ତୁ, ଟଙ୍କା ପାଇଁ କିଛି ବି କରିବା ଠିକ୍ ନୁହେଁ । ମଦ କେବେ କାହାର ଭଲ କରିନି । ଏବେ ସିବିଆଇ ଯାହା ପାଇଛି ତଦନ୍ତ କରୁଛି ।’

ସିସୋଦିଆ ଜେଲରେ ଥିବାରୁ ଆନ୍ନା ହଜାରେ ଦୁଃଖ ପ୍ରକାଶ କରିଛନ୍ତି । କହିଛନ୍ତି, ‘କେଜ୍ରିୱାଲ୍ ମୋ ସହ ଥିବାବେଳେ ସବୁବେଳେ କହୁଥିଲି ଆଚାର, ବିଚାର ଶୁଦ୍ଧ ରଖ । ଶୁଦ୍ଧ ରାସ୍ତାରେ ହିଁ ଯିବା ଉଚିତ୍ । ଖରାପ ଦାଗ ନ ଲାଗିବା ଦରକାର । ସବୁବେଳେ ସମାଜ ଓ ଦେଶର ଭଲ ହେବ ଦରକାର, ନିଜର ନୁହେଁ ।’

ଆସନ୍ତାକାଲି ସିବିଆଇ, କେଜ୍ରିୱାଲଙ୍କୁ ପଚରାଉଚରା କରିଥିବା ଦିଲ୍ଲୀ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ମଧ୍ୟ ଡକାଯାଇଛି । ସୋମବାର ଡକାଯାଇଥିବା ସ୍ୱତନ୍ତ୍ର ଅଧିବେଶନକୁ ନେଇ ବି ଜାତୀୟ ରାଜନୀତିରେ ବେଶ୍ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.