Latest Odisha News

BREAKING NEWS

ପଠାନ ପରେ କ୍ରିଶ ୪ରେ ନିର୍ଦ୍ଦେଶନା ନେବେ ସିଦ୍ଧାର୍ଥ

ମୁମ୍ବାଇ: ପଠାନ ଫିଲ୍ମର ଐତିହାସିକ ସଫଳତା ପରେ ଏବେ ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦଙ୍କ ଚାହିଦା ବଢ଼ି ଯାଇଛି । ରିପୋର୍ଟ ମୁତାବକ ହ୍ରିତିକ ରୋଶନ ଅଭିନୀତ କ୍ରିଶ ୪ର ନିର୍ଦ୍ଦେଶନା ପାଇଁ ସିଦ୍ଧାର୍ଥଙ୍କ ସହ ମେକର୍ସ ଯୋଗାଯୋଗ କରିଛନ୍ତି । ପୂର୍ବରୁ ହ୍ରିତିକଙ୍କ ସହ ସେ ବ୍ୟାଙ୍ଗ ବ୍ୟାଙ୍ଗ ଓ ୱାରରେ କାମ କରିଛନ୍ତି । ୨ଟି ଯାକ ଫିଲ୍ମ ସୁପରହିଟ ସାବ୍ୟସ୍ତ ହୋଇଛି । ଏହା ପରେ ଉଭୟ ଫାଇଟରରେ ମଧ୍ୟ ଏକତ୍ର କାମ କରୁଛନ୍ତି । ଏହା ୨୦୨୪ରେ ରିଲିଜ ହେବ । ସଲମାନ ଖାଁ ଓ ଶାହାରୁଖଙ୍କ ଅଭିନୀତ ଟାଇଗର ଭର୍ସେସ ପଠାନର ନିର୍ଦ୍ଦେଶନା ମଧ୍ୟ ସେ ଦେବେ । ଯାହାକି ୨୦୨୫ରେ ରିଲିଜ ହେବା ପାଇଁ ସ୍ଥିର ହୋଇଛି ।

କ୍ରିଶ ଫ୍ରାଂଚାଇଜର ୩ଟି ଯାକ ଫିଲ୍ମ ସୁପରହିଟ ସାବ୍ୟସ୍ତ ହୋଇଛି । ରାକେଶ ରୋଶନ ସମସ୍ତ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ । କ୍ରିଶ ୪କୁ ଏକ ଆନ୍ତର୍ଜାତୀୟ ଫିଲ୍ମ କରିବା ପାଇଁ ଉଦ୍ୟମ କରାଯାଉଛି । ଏଥିପାଇଁ ସିଦ୍ଧାର୍ଥ ଉପଯୁକ୍ତ ନିର୍ଦ୍ଦେଶକ ବୋଲି ମେକର୍ସ ସ୍ଥିର କରିଛନ୍ତି । ବର୍ତମାନ ସୁଦ୍ଧା ଏ ନେଇ ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇ ନାହିଁ । ଯଦି ସବୁ କିଛି ଠିକ ଠାକ ଚାଲେ ତାହାହେଲେ ହ୍ରିତିକ-ସିଦ୍ଧାର୍ଥ କମ୍ବିନେଶର ପୁନର୍ବରେ ବକ୍ସ ଅଫିସରେ କମାଲ କରିବ ।

Leave A Reply

Your email address will not be published.