Latest Odisha News

BREAKING NEWS

ଗୁରୁ ଆତ୍ମନ ଫାଉଣ୍ଡେସନର ବାର୍ଷିକ କଳା ଓ ନୃତ୍ୟ ସମାରୋହ ଆୟୋଜିତ

ଭୁବନେଶ୍ୱର : ଗୁରୁ ଆତ୍ମନ ଫାଉଣ୍ଡେସନ ଆନୁକୂଲ୍ୟରେ ସ୍ଥାନୀୟ ଗୁରୁ କେଳୁ ଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରଠାରେ ବାର୍ଷିକ କଳା ଓ ନୃତ୍ୟ ସମାରୋହ ‘ଅଭ୍ୟୁଦୟ’ ଆୟୋଜିତ ହୋଇଯାଇଛି । ଏହି ଅବସରରେ ବିଶିଷ୍ଠ ଓଡ଼ିଶୀ ଗୁରୁ ବିଜୟ କୁମାର ଦାସ ଓ ରୋଜାଲିନ ମହାପାତ୍ରଙ୍କୁ ‘ଅଭ୍ୟୁଦୟ ସମ୍ମାନ ୨୦୨୨’ ପ୍ରଦାନ କରଯାଇଥିଲା ।

ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ମିନାକ୍ଷୀ ମିଶ୍ର, ସମ୍ମାନତ ଅତିଥି ବିଜୟ କୁମାର ନାୟକ, ସ୍ନେହପ୍ରଭା ସାମନ୍ତରାୟ ଓ ସିକତା ଦାସ ଯୋଗଦେଇ ଅନୁଷ୍ଠାନର କଳା ଓ ସଂସ୍କୃତି ବିକାଶ ପାଇଁ ନେଇଥିବା ଅନେକ କାର୍ଯ୍ୟକ୍ରମଗୁଡିକର ପ୍ରଶଂସା କରିଥିଲେ।

ଆତ୍ମନ ଫାଉଣ୍ଡେସନ ରାଜ୍ୟରେ କଳା ଓ ନୃତ୍ୟର ବିକାଶ ପାଇଁ ଆଠ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରିଆସୁଛି । ଏହି ଅନୁଷ୍ଠାନ ମଧ୍ୟ ବସ୍ତି ଅଞ୍ଚଳର ଲୁକ୍କାୟିତ ଯୁବ ପ୍ରତିଭାଗୁଡିକୁ ଚିହ୍ନଟ କରି ସେମାନଙ୍କର ପ୍ରତିଭା ବିକାଶ ପାଇଁ ଅନେକ  ସୁଯୋଗ ସୃଷ୍ଟି କରିଆସୁଛି। ଗରିବ ତଥା ପଛୁଆ ବର୍ଗର ଯୁବକ ଓ ଛାତ୍ର ଛାତ୍ରୀମାନଙ୍କ ପାଇଁ କଳା କ୍ଷେତ୍ରରେ ସୁଯୋଗ ସୃଷ୍ଟି କରିବା ଏହି ଅନୁଷ୍ଠାନର ମୁଖ୍ୟ ଲକ୍ଷ୍ୟ ରହି ଆସିଛି।

 

Leave A Reply

Your email address will not be published.