ଭୁବନେଶ୍ୱର: ସାରା ରାଜ୍ୟରେ ବିଭିନ୍ନ ବନଖଣ୍ଡରେ ଶୁକ୍ରବାର ଦିନ ପକ୍ଷୀ ଗଣନା ଆରମ୍ଭ ହୋଇଛି।
ରାଜ୍ୟ ବନବିଭାଗ ପକ୍ଷରୁ ୨୫ ଜଣିଆ ଟିମ୍ ସାତକୋଶିଆ, ମହାନଦୀ ସମେତ ଅନ୍ୟ ବନଖଣ୍ଡରେ ପକ୍ଷୀ ଗଣନା କାର୍ଯ୍ୟକ୍ରମରେ ନିୟୋଜିତ ହୋଇଛନ୍ତି ।
ସାତକୋଶିଆର ମହାନଦୀ ରିଭର ସିଷ୍ଟମ ସହ ଶିଶୁ ପଥର ଡ୍ୟାମରେ ବହୁ ବିଦେଶାଗତ ପକ୍ଷୀମାନଙ୍କ ଆଗମନ ହୋଇଥାଏ । ଆହୁରି ମଧ୍ୟ ଏହି ପକ୍ଷୀଗଣନା ଅବସରରେ କିଛି ଦିନ ପାଇଁ ସାତକୋଶିଆ ଅଭୟାରଣ୍ୟ ବନ୍ଦ ରହିବ ବୋଲି ଡିଏଫଓଙ୍କ ପକ୍ଷରୁ ସୂଚନା ମିଳିଛି ।
ବାରିପଦା, କରଞ୍ଜିଆ, ରାଇରଙ୍ଗପୁର ଆଦି ବନଖଣ୍ଡରେ ମଧ୍ୟ ପକ୍ଷୀଗଣନା ହେବାକୁ ଥିବାବେଳେ ଏଥିପାଇଁ ବହୁସଂଖ୍ୟାରେ ବନ କର୍ମଚାରୀ, ସ୍ୱେଚ୍ଛାସେବୀ ଓ ପକ୍ଷୀପ୍ରେମୀ ନିୟୋଜିତ ହେବେ ।
ଚିଲିକା ହ୍ରଦରେ ଜାନୁଆରୀ ୪ ଏବଂ ଜାନୁଆରି ୬ ତାରିଖରୁ ଭିତରକନିକା ଅଭୟାରଣ୍ୟ ଓ ହୀରାକୁଦରେ ପକ୍ଷୀ ଗଣନା କାର୍ଯ୍ୟକ୍ରମ ହେବ । ଏହି ସମୟରେ କୁମ୍ଭୀର ଓ ବିଦେଶାଗତ ପକ୍ଷୀମାନଙ୍କର ମଧ୍ୟ ଗଣନା ହେବ ।
ଆହୁରି ମଧ୍ୟ ଏହି ପକ୍ଷୀଗଣନା ସମୟରେ ମହାନଦୀ ଅବବାହିକାରେ ମାଛ ଧରା ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଛି ।
Comments are closed.