Latest Odisha News

BREAKING NEWS

ଆନ୍ତର୍ଜାତିକ ମହିଳା ବ୍ୟାଡମିଣ୍ଟନ ଖେଳାଳି ଋତପର୍ଣ୍ଣା ପଣ୍ଡାଙ୍କୁ ଏକଲବ୍ୟ ପୁରସ୍କାର

ଭୁବନେଶ୍ୱର : ଆନ୍ତର୍ଜାତିକ ମହିଳା ବ୍ୟାଡମିଣ୍ଟନ ଖେଳାଳି ଋତପର୍ଣ୍ଣା ପଣ୍ଡାଙ୍କୁ ସମ୍ମାନଜନକ ଏକଲବ୍ୟ ପୁରସ୍କାର ମିଳିଲା । ପୁରସ୍କାର ବାବଦକୁ ନଗଦ ୫ଲକ୍ଷ ଟଙ୍କା ଅର୍ଥ ରାଶି ସାଙ୍ଗକୁ ଟ୍ରଫି ପ୍ରଦାନ କରାଯାଇଛି । ଭୁବନେଶ୍ୱରରେ ଏହି ସମ୍ମାନଜନକ କ୍ରୀଡା ପୁରସ୍କାରର ୨୯ତମ ସଂସ୍କରଣର ସମାରୋହରେ ଏହି ସମ୍ମାନ ପ୍ରଦାନ କରାଯାଇଛି ।

 ଆନ୍ତର୍ଜାତିକ ସାଇକ୍ଳିଷ୍ଟ ସ୍ୱସ୍ତି ସିଂ ଏବଂ ଆନ୍ତର୍ଜାତିକ ମହିଳା ଫୁଟବଲ ଖେଳାଳୀ ପ୍ୟାରୀ ଖାକାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି । ଏହି ଦୁଇ ଆଥଲେଟଙ୍କୁ ନଗଦ ୫୦ହଜାର ଟଙ୍କା ମାନ ପତ୍ର ପ୍ରଦାନ କରାଯାଇଛି । ମୁଖ୍ୟ ଅତିଥି ଭାବେ ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ସମ୍ମାନୀତ ଅତିଥି ଭାବେ ହକି ଅଲିମ୍ପିଆନ ପଦ୍ମଶ୍ରୀ ଦିଲ୍ଲୀପ ର୍ତିକୀଙ୍କ ସମେତ ଏକଲବ୍ୟ ପୁରସ୍କାର କମିଟି ଅଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଯୋଗଦେଇ କୃତୀ ଖେଳାଳିଙ୍କୁ ସମ୍ମାନୀତ କରିଥିଲେ ।

ଇମ୍ଫା ଗ୍ରୁପ ଦ୍ୱାରା ପରିଚାଳିତ IMPACT ପକ୍ଷରୁ ଗତ ୨୮ବର୍ଷ ହେଲା ଜାତୀୟ ଏବଂ ଅନ୍ତର୍ଜାତୀୟ କ୍ରୀଡା କ୍ଷେତ୍ରରେ ସୁନାମ ଆଣିଥିବା ଓଡିଶାର ଖେଳାଳି ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଉଛି ।ଓଡ଼ିଶାର ପ୍ରଥମ ଅନ୍ତର୍ଜାତୀୟ ମହିଳା ବ୍ୟାଡମିଣ୍ଟନ୍ ତାରକା ଋତପର୍ଣ୍ଣା ୨୦୨୦ ଓ ୨୦୨୧ ମସିହାରେ ଅନେକ ଭଲ ପ୍ରଦର୍ଶନ କରିଛନ୍ତି। ଏଥିପାଇଁ ଜୁରୀ କମିଟି ଋତପର୍ଣ୍ଣାଙ୍କୁ ଏକଲବ୍ୟ ପୁରସ୍କାର ପାଇଁ ଚୟନ କରିଥିଲେ। ୨୨ ବର୍ଷୀୟା ଋତପର୍ଣ୍ଣା ତିନୋଟି ବିଏଫଡବ୍ଲ୍ୟୁ ଅନ୍ତର୍ଜାତୀୟ ଓ ସିରିଜ୍ ଟାଇଟଲ୍ ଜିତିଥିବା ବେଳେ ୪ଥର ରନର୍ସଅପ୍ ହୋଇଛନ୍ତି।

ସେ ୨୦୧୮ରେ ହେଲାସ୍ ଓପନ୍ ଓ ୨୦୧୯ରେ ଘାନା ଇଣ୍ଟରନ୍ୟାଶନାଲରେ ଡବଲ୍ସ ଟାଇଟଲ୍ ଜିତିଥିବା ବେଳେ ନେପାଳ ଇଣ୍ଟରନ୍ୟାଶନାଲ (୨୦୧୯), ବାଂଲାଦେଶ ଇଣ୍ଟରନ୍ୟାଶନାଲ୍ (୨୦୧୯) ଓ ଇଣ୍ଡିଆ ଇଣ୍ଟରନ୍ୟାଶନାଲ୍ ଚ୍ୟାଲେଞ୍ଜ (୨୦୨୧)ରେ ରନର୍ସଅପ୍ ହୋଇଥିଲେ। ସେହିପରି ମିକ୍ସଡ୍ ଡବଲ୍ସରେ ଋତପର୍ଣ୍ଣା ଘାନା ଇଣ୍ଟରନ୍ୟାଶନାଲରେ ଟାଇଟଲ୍ ଜିତିଥିବା ବେଳେ ଲାଗୋସ ଇଣ୍ଟରନ୍ୟାଶନାଲରେ ରନର୍ସଅପ୍ ହୋଇଥିଲେ।

Leave A Reply

Your email address will not be published.