Latest Odisha News

BREAKING NEWS

ରେଭେନ୍ସା ବିଶ୍ଵବିଦ୍ୟାଳୟରେ ରସାୟନ ବିଭାଗ ପୁରାତନ ଛାତ୍ରସଙ୍ଘର ବାର୍ଷିକ ଉତ୍ସବ

କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗର ପୁରାତନ ଛାତ୍ର ସଙ୍ଘ ପକ୍ଷରୁ ୧୮ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏହି ଉତ୍ସବକୁ ପୁରାତନ ଛାତ୍ରସଙ୍ଘର ସଭାପତି ପ୍ରଭାତ କୁମାର ମିଶ୍ର ଉଦଘାଟନ କରିଥିଲେ। ଏହି ଅବସରରେ ଜୀବନବ୍ୟାପୀ ରସାୟନ ବିଜ୍ଞାନ କୃତି ପାଇଁ ଶ୍ରୀ ମିଶ୍ରଙ୍କୁ ଏବଂ ସ୍ଵର୍ଗତ ପ୍ରଫୁଲ୍ଲ କୁମାର ଜେନାଙ୍କୁ ମରଣୋତ୍ତର ଭାବରେ ସମ୍ମାନିତ କରାଯାଇଥିଲା। ଏହା ସହ ୧୯୭୧ ମସିହାରେ ଏହି ବିଭାଗରୁ ଉତ୍ତୀର୍ଣ୍ଣ ହୋଇ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ହୋଇଥିବା ପୁରାତନ ଛାତ୍ରମାନଙ୍କୁ ସମ୍ମାନିତ କରାଯାଇଥିଲା।

BjdElectrycity

ଏହି ଉତ୍ସବରେ ନିରଞ୍ଜନ ତ୍ରିପାଠୀଙ୍କ ଆନନ୍ଦ ଏକ ରହସ୍ୟମୟ ଅନୁସନ୍ଧାନ ଶୀର୍ଷକରେ ଏକ ସାରଗର୍ଭକ ସନ୍ଦର୍ଭ ପାଠ କରିଥିଲେ। ଚିତ୍ତରଞ୍ଜନ ମିଶ୍ର ଓ ସୁବାସିନୀ ଲେଙ୍କାଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ମୃତିପ୍ରଭା ଦାସ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ କେ ଏସ୍ କେ ଭରଦ୍ବାଜ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ପୂର୍ଣ୍ଣୃନ୍ଦୁ କୁମାର ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.