ଭୁବନେଶ୍ୱର : ଓଡ଼ିଶୀ ନୃତ୍ୟାନୁଷ୍ଠାନ ସୃଜନ ପକ୍ଷରୁ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଯୁବ ନୃତ୍ୟଶିଳ୍ପୀମାନଙ୍କୁ ନେଇ ଉପସରଣମ୍ ୨୦୨୪ ଆୟୋଜିତ ହୋଇଯାଇଛି । ସୃଜନର ନିର୍ଦ୍ଦେଶକ ତଥା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ (ଏସଏସୟୁ)ର ଫ୍ୟାକଲ୍ଟି ଅଫ୍ ଆର୍ଟସ୍ କମ୍ୟୁନିକେସନ ଆଣ୍ଡ ଇଣ୍ଡିକ ଷ୍ଟଡିଜ୍ (ଫାକିସ୍)ର ଡିନ୍ ଗୁରୁ ରତିକାନ୍ତ ମହାପାତ୍ର ଏହି ଉତ୍ସବର ଆୟୋଜନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ବିଶିଷ୍ଟ ବେହେଲା ବାଦକ ସୁରମଣି ରମେଶ ଚନ୍ଦ୍ର ଦାସ, ନୃତ୍ୟଶାଳାର ନିର୍ଦ୍ଦେଶକ ତଥା ଜଣାଶୁଣା ଓଡ଼ିଶୀ ନୃତ୍ୟଶିଳ୍ପୀ ଅଶୋକ କୁମାର ଘୋଷାଲ ଏବଂ ସୁରଭିର ନିର୍ଦ୍ଦେଶକ ତଥା ବିଶିଷ୍ଟ ଓଡ଼ିଶୀ ଗୁରୁ ଡକ୍ଟର ପୀତାମ୍ବର ବିଶ୍ୱାଳଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମଟିକୁ ଉଦ୍ଘାଟନ କରଯାଇଥିଲା ଏବଂ ପରେ ଗୁରୁ ରତିକାନ୍ତ ମହାପାତ୍ର ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
ଗୁରୁ ରତିକାନ୍ତ ମହାପାତ୍ରଙ୍କ ଏହି ସ୍ମରଣୀୟ ତଥା ପ୍ରଭାବଶାଳୀ ନୃତ୍ୟ ସଂରଚନା ତଥା ସୃଜନର ବରିଷ୍ଠ ଅଧ୍ୟାପକ ତଥା ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟଶିଳ୍ପୀ ରାଜଶ୍ରୀ ପ୍ରହରାଜଙ୍କ ଦ୍ଵାରା ଦଳଗତ ସଂଯୋଜନାକୁ ନୃତ୍ୟରେ ବଖାଣିଥିଲେ ଅମୃତା, ଅନୁଷ୍କା, ଦୀପନୱିତା, ମାୟନାତା, ଶିଳ୍ପା ଏବଂ ଶ୍ରେୟା । ଭଗବାନ ଗଣେଶଙ୍କର ୧୨ ଟି ଚମତ୍କାର ନାମ ଏବଂ ଗୁଣକୁ ଓଡିଶୀ ନୃତ୍ୟ ମଧ୍ୟମରେ ସଜାଡି ଥିଲେ ଶିଳ୍ପୀମାନେ । ଏହା ପରେ ଗୁରୁ ଶ୍ରୀ କେଲୁଚରଣ ମହାପାତ୍ରଙ୍କ ଏକ କାଳଜୟୀ ରଚନା ବସନ୍ତ ପଲ୍ଲବୀ ପରିବେଷିତ ହୋଇଥିଲା । ସୃଜନର ବରିଷ୍ଠ ସଦସ୍ୟା ଐଶ୍ୱର୍ଯ୍ୟା ସିଂଦେବଙ୍କ ସଂଯୋଜନାରେ ଏହି ନୃତ୍ୟଟିକୁ ଦୂତି, ଆୟୁଷୀ, ଶ୍ରେୟାଙ୍ଗଶ୍ରୀ, ସାନଭି, ଚିନ୍ମୟ, ରୋଶନୀ, ଦୀପାନୱିତା, ନତାଶା, ସୁସମ୍ପନା, ସୁମେରା ଏବଂ ତ୍ରିଷ୍ଣାଙ୍କ ଦ୍ୱାରା ସୁନ୍ଦର ପଦଚାଳନା ଏବଂ ସ୍ୱଚ୍ଛ ଗତିବିଧି ସହିତ କରାଯାଇଥିଲା । ପରବର୍ତ୍ତୀ ପ୍ରସ୍ତୁତିରେ ଥିଲା ଦେବୀ ମାତାଙ୍ଗୀଙ୍କ ପ୍ରତି ଏକ ପ୍ରଣାମ ମାତଙ୍ଗୀ ଧ୍ୟାନମ ଯାହାର ନୃତ୍ୟ ସଂରଚନା କରିଥିଲେ ଗୁରୁ ରତିକାନ୍ତ ମହାପାତ୍ର ଏବଂ ଦଳଗତ ନୃତ୍ୟ ସଂଯୋଜନା କରିଥିଲେ ଜି ସଞ୍ଜୟ । ଆଦ୍ୟାଶ୍ରୀ, ଆୟଶା, ଆକାଂକ୍ଷା, ଅକ୍ଷିତା, ଅନୁଷ୍କା, ବିସାଖା, କବୟା, ପୁଷ୍ପାଞ୍ଜଳି, ରିତିଶା, ସାନଭି, ସୁବ୍ରଜିତା, ସାଇ ସ୍ମୁରୁତି, ଶୁଭାଙ୍ଗି, ଶ୍ରେୟାସୀ, ଶ୍ଵେତଳିନ ଏବଂ ତେଜସ୍ୱିନି ଏହି ନୃତ୍ୟଟିକୁ ସୁନ୍ଦର ଭାବରେ ପରିବେଷଣ କରିଥିଲେ ।
ଚତୁର୍ଥ ଉପସ୍ଥାପନାଟି ଥିଲା ୧୯୬୫ ମସିହାରେ କିମ୍ବଦନ୍ତୀ ଗୁରୁ ଶ୍ରୀ କେଲୁଚରଣ ମହାପାତ୍ରଙ୍କ ଦ୍ଵାରା ସଙ୍ଗ ରଚିତ ଶଙ୍କରାଭରଣ ପଲ୍ଲବୀ । ନୃତ୍ୟଶିଳ୍ପୀମାନେ ସୃଜନର ବରିଷ୍ଠ ଅଧ୍ୟାପିକା ସୁଜତା ପ୍ରଧାନଙ୍କ ଦ୍ୱାରା ନବୀକରଣ କରାଯାଇଥିବା ଏହି ଶଙ୍କରାଭରଣ ପଲ୍ଲବୀକୁ ଉପସ୍ଥାପନ କରିଥିଲେ । ନୃତ୍ୟଶିଳ୍ପୀ ଅମୃତା, ଅନଭିକା, ବାର୍ସା, ନାଭିଆ, ଶାଗୁନ୍, ଶ୍ରେୟା, ଏବଂ ଶୁଭଲକ୍ଷ୍ମୀଙ୍କ ଦ୍ଵାରା ଦୃତ ପାଦ ଚାଳନା ସହିତ ଏହି ପଲ୍ଲବୀର ଅନ୍ତର୍ନିହିତ ସୌନ୍ଦର୍ଯ୍ୟକୁ ନୃତ୍ୟ ମାଧ୍ୟମରେ ପ୍ରଦର୍ଶନ କରିଥିଲେ ଆର୍ଚିଶା, ବ୍ରାହ୍ମୀ, ଗାୟତ୍ରୀ, ପ୍ରତୀସା, ସତ୍ୟକ୍ଷୀ, ଶାନଭି, ଶିବାଙ୍ଗୀ, ସୋମାଲିନ୍, ସୁଲଗ୍ନା, ତନିସ୍ତା ଏବଂ ସାଇ ପ୍ରସାଦଙ୍କୁ ନେଇ ଗଠିତ ପରବର୍ତ୍ତୀ ନୃତ୍ୟଟି ଉପସ୍ଥାପନା କରାଯାଇଥିଲା । ସେମାନେ
କବି ସୂର୍ଯ୍ୟ ବଳଦେବ ରଥଙ୍କ ପ୍ରସିଦ୍ଧ ରଚନା କିଶୋର ଚନ୍ଦ୍ରାନନ୍ଦ “ଭ” ଚମ୍ପୁ ଉପସ୍ଥାପନ କରିଥିଲେ । ଯାହାକୁ ସୃଜନର ବରିଷ୍ଠ ସଦସ୍ୟା ପ୍ରୀତିଶା ମହାପାତ୍ରଙ୍କ ଦ୍ୱାରା ନବୀକରଣ କରାଯାଇଥିଲା ।
ପରିଶେଷରେ ରୁକ ବେଦରୁ ଉଦ୍ଧୃତ ଏକ ନବ-ଶାସ୍ତ୍ରୀୟ ଓଡ଼ିଶୀ ନୃତ୍ୟ ଶ୍ରଦ୍ଧା ଶୂକତମ ପରିବେଷିତ ହୋଇଥିଲା ଯାହାର ନୃତ୍ୟ ସଂରଚନା ଗୁରୁ ରତିକାନ୍ତ ମହାପାତ୍ର ଏବଂ ଦଳଗତ ନୃତ୍ୟ ସଂଯୋଜନା କରିଥିଲେ ରାଜଶ୍ରୀ ପ୍ରହରାଜ । ନୃତ୍ୟଶିଳ୍ପୀ ଅମୃତା, ଆଞ୍ଜେଲିନା, ଦୀପ୍ରାନିତା, ନିଶିତା, ପ୍ରାଚି, ପ୍ରୀତିପ୍ରଜ୍ଞା, ଶ୍ରୁତିଜ୍ୟୋଷ୍ଣା, ଶିଳ୍ପା, ସୁଭାଷ୍ରି ଏବଂ ସୁଶ୍ରୀ ଏହାକୁ ଉପସ୍ଥାପନ କରିଥିଲେ ।
ମୃତ୍ୟୁଞ୍ଜୟ ରଥ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଦେବୀପ୍ରସାଦ ମିଶ୍ର ଲୋକ ପରିଚାଳନା କରିଥିଲେ।
Comments are closed.