Latest Odisha News

BREAKING NEWS

ଛତିଶଗଡରେ ସଶସ୍ତ୍ର ମାଓବାଦୀଙ୍କ ଲଙ୍କାକାଣ୍ଡ

ମାଲକାନଗିରି: ମୋତେ ଯେତେ ମାଠିବୁ ମାଠ, ମୁଁ ସେଇ ଦରପୋଡା କାଠ୍ । ବାରମ୍ବାର କୁମ୍ବିଂ ଅପରେସନ୍ ଓ ଏନକାଉଣ୍ଟର୍ ପରେ ବି ସାବାଡ୍ ହେଉନାହାଁନ୍ତି ମାଓବାଦୀ । ଆଜି ଛତିଶଗଡ ବିଜାପୁର ଜିଲ୍ଲାରେ ଅଗ୍ନିକାଣ୍ଡ ଘଟାଇ ତାଣ୍ଡବ ରଚିଛନ୍ତି ସଶସ୍ତ୍ର ମାଓବାଦୀ ।

ଆଜି ବିଜାପୁର ଜିଲ୍ଲା ଚେରିଖୁଣ୍ଟା ଗାଁରେ ଯବାନଙ୍କ କୁମ୍ବିଂ ଅପରେସନ୍‌କୁ ବିରୋଧ କରି ସଶସ୍ତ୍ର ମାଓବାଦୀ ତିନୋଟି ଗାଡିରେ ନିଆଁ ଲଗାଇ ଧ୍ୱଂସ କରିଥିଲେ । ସେହିଭଳି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ଅଧିନରେ ରାସ୍ତା ନିର୍ମାଣ କାମକୁ ମଧ୍ୟ ଦୃଢ ବିରୋଧ କରିଛି ଲାଲବାହିନୀ ।

ସଡକ ନିର୍ମାଣରେ ନିୟୋଜିତ ଶ୍ରମିକଙ୍କୁ ଏତରଫା ରଖି ମାଓବାଦୀମାନେ ଗୋଟିଏ ଜେସିବି, ଗୋଟିଏ ମିକ୍ସର୍ ମେସିନ୍ ଓ ଗୋଟିଏ ଟ୍ରାକ୍ଟରରେ ନିଆଁ ଲଗାଇଦେଇଥିଲେ । ପରିସ୍ଥିତି ତଦାରଖ କରିବା ସହ ସ୍ଥିତି ନିୟନ୍ତ୍ରଣ ପାଇଁ ସୁରକ୍ଷାକର୍ମୀଙ୍କର ଏକ ଟିମ୍ ଘଟଣାସ୍ଥଳକୁ ପଠାଯାଇଥିବା ସୂଚନା ଦେଇଛନ୍ତି ବିଜାପୁର ଏସ୍‌ପି କମଳ ଲୋଚନ କାଶ୍ୟପ ।

Comments are closed, but trackbacks and pingbacks are open.