ଭୁବନେଶ୍ୱର: ରାଜ୍ୟରେ ଆଜି ସକାଳୁ ସର୍ବାଧିକ ୨୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ଘଟଣା ଚିନ୍ତା ବଢାଇଥିବା ବେଳେ ଆଶ୍ୱସ୍ତି ଆଣିଛି ଆକ୍ରାନ୍ତଙ୍କ ସୁସ୍ଥ ହେବାର ଖବର । ଆଜି ରାଜ୍ୟରେ ଆଉ ୧୨୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ମୋଟ ଆରୋଗ୍ୟ ସଂଖ୍ୟା ୨୫୯୪ରେ ପହଁଚିଛି ।
2 each from Dhenkanal, Puri and Rayagada
1 each from Kendrapara and KalahandiThe total recovered cases of #Odisha now stand at 2594.
— H & FW Dept Odisha (@HFWOdisha) June 13, 2020
ଆଜି ସୁସ୍ଥ ହୋଇଥିବା ୧୨୦ ଜଣଙ୍କ ମଧ୍ୟରେ ସର୍ବାଧିକ ଗଂଜାମ ଜିଲ୍ଲାର ୩୩ ଜଣ ରହିଛନ୍ତି । ଏହାପରେ ଗଜପତିରୁ ୧୮ଜଣ, ସୋନପୁରରୁ ୧୩, ବାଲେଶ୍ୱରରୁ ୧୨, ବଲାଙ୍ଗୀର ଓ ଖୋର୍ଦ୍ଧାରୁ ୧୨ ଜଣ ଲେଖାଏଁ ରହିଛନ୍ତି । ସେହିପରି ମୟୂରଭଂଜରୁ ୭, କଟକରୁ ୪ ଏବଂ ଯାଜପୁର, ନୟାଗଡ ଓ ନୂଆପଡାରୁ ୩ ଜଣ ଲେଖାଏଁ ରହିଛନ୍ତି । ଏଥିସହ ଢେଙ୍କାନାଳ, ପୁରୀ, ରାୟଗଡାରୁ ୨ ଜଣ ଲେଖାଏଁ ଏବଂ କେନ୍ଦ୍ରାପଡା ଓ କଳାହାଣ୍ଡିରୁ ଜଣେ ଲେଖାଏଁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
Comments are closed.