Latest Odisha News

BREAKING NEWS

ବଢୁଛି କରୋନା କମୁଛି ଟେଷ୍ଟ

ଭୁବନେଶ୍ୱର: ରାଜ୍ୟରେ କମ୍ ପରିମାଣର କରୋନା ଟେଷ୍ଟକୁ ନେଇ ସମାଲୋଚନା କରିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ସେ କହିଛନ୍ତି, ରାଜ୍ୟରେ ସଂକ୍ରମଣ ବଢିଚାଲିଛି । ଆଗକୁ ସ୍ଥିତି ଅସମ୍ଭାଳ ହେବ । ସରକାର ପୂର୍ବରୁ କହିଥିଲେ, ଦିନକୁ ୧୫ ହଜାର ଟେଷ୍ଟ କରିବେ । ଏଯାଏ ତାହା ହୋଇପାରିଲାନି । ସୁପ୍ରିମକୋର୍ଟ ମଧ୍ୟ ୩-୪ଟି ରାଜ୍ୟରେ କମ୍ ପରୀକ୍ଷାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ତେଣୁ ରାଜ୍ୟ ସରକାର ଏନେଇ ବ୍ଲୁପ୍ରିଂଟ୍ ପ୍ରସ୍ତୁତ କରନ୍ତୁ ।

ସେପଟେ ଆଇଏଲଏସ୍ ନିର୍ଦ୍ଦେଶକ ଅଜୟ ପରିଡା କହିଛନ୍ତି, ଆଇସିଏମଆର ମାର୍ଗଦର୍ଶିକା ଅନୁସାରେ ରାଜ୍ୟ ସରକାର ଟେଷ୍ଟ କରୁଛନ୍ତି । ଲକ୍ଷଣ ଥିବା ଲୋକ ଏବଂ ସ୍ୱାସ୍ଥ୍ୟ କର୍ମୀ ଯାହାକୁ ସନ୍ଦେହ କରୁଛନ୍ତି, ଏବେ ସେମାନଙ୍କ ଟେଷ୍ଟ ହେଉଛି । ଆଗକୁ କେସ୍ ବଢିବ । ତେଣୁ ଅଧିକ ସଚେତନ ରହିବାକୁ ପଡିବ ।

Leave A Reply

Your email address will not be published.