Latest Odisha News

BREAKING NEWS

ଓମିକ୍ରନକୁ ନେଇ ବିମାନ ବନ୍ଦରରେ କଡ଼ା କଟକଣା

ଭୁବନେଶ୍ବର : ଓମିକ୍ରନକୁ ନେଇ ବିମାନ ବନ୍ଦରରେ କଡ଼ା କଟକଣା । କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଗାଇଡ଼ଲାଇନ ଅନୁସାରେ ନିଆଯାଉଛି ପଦକ୍ଷେପ । ଯାତ୍ରୀଙ୍କ ଆରଟିପିସିଆର ଟେଷ୍ଟ କରିବାକୁ ବିଏମସି ପକ୍ଷରୁ କାରାଯାଇଛି ବ୍ୟାପକ ବ୍ୟବସ୍ଥା । ବିମାନ ଦ୍ବାରା ଆସିଥିବା ଯାତ୍ରୀଙ୍କ ଆରଟିପିସିଆର ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଛି । ଯେଉଁ ଯାତ୍ରୀ ୭୨ ଘଣ୍ଟା ମଧ୍ୟରେ ପରୀକ୍ଷା କରିଛନ୍ତି, ତାଙ୍କ ପାଇଁ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ ନୁହେଁ ବୋଲି କହିଛନ୍ତି ଭୁବନେଶ୍ବର ବିମାନବନ୍ଦର ନିର୍ଦ୍ଦେଶକ ।

BjdElectrycity

ସେହିପରି ଦୈନିକ ବିମାନବନ୍ଦରରେ ୭୬ଟି ବିମାନ ଯିବା ଆସିବା କରୁଥିବାରୁ ଯାତ୍ରୀଙ୍କ ସଂଖ୍ୟା ପାଖାପାଖି ୧୨ ହଜାର ରହୁଛି । ଏହାସହ ନୂଆ ଭାରିଆଣ୍ଟ ଓମିକ୍ରନ ପାଇଁ ପୁଣି କମିବାରେ ଲାଗିଛି ଯାତ୍ରୀଙ୍କ ସଂଖ୍ୟା । ବିମାନବନ୍ଦର ଠାରେ ସାନିଟାଇଜେସନ ଉପରେ ଗୁରୁତ୍ବ ଦିଆଯାଉଛି । ଖୁବଶୀଘ୍ର ଥର୍ମାଲ ସ୍କ୍ରିନିଂ ଆରମ୍ଭ କରାଯିବ ବୋଲି କହିଛନ୍ତି ବିମାନ ବନ୍ଦର ନିର୍ଦ୍ଦେଶକ ।

Leave A Reply

Your email address will not be published.