Latest Odisha News

BREAKING NEWS

ଭିମସାରରେ ଚିହ୍ନଟ ହେଲେ ଆଉ ୧୭ ପଜିଟିଭ୍

ବୁର୍ଲା : ବୁର୍ଲା ଭିମସାର ମେଡିକାଲ କଲେଜରେ ଚିହ୍ନଟ ହେଲେ ଆଉ ୧୭ କରୋନା ଆକ୍ରାନ୍ତ । ଆଜି ଆଉ ୧୭ ଏମବିବିଏସ୍ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ଭିମସାର ମେଡିକାଲ କଲେଜର ଡିନ୍ ପ୍ରଫେସର ଜୟଶ୍ରୀ ଦୋରା । ଆକ୍ରାନ୍ତ ଛାତ୍ରଛାତ୍ରୀଙ୍କୁ ଆଇସୋଲେସନରେ ରଖାଯାଇଛି । ଏହାକୁ ମିଶାଇ ବୁର୍ଲା ଭିମସାରରେ ଆକ୍ରାନ୍ତ ସଂଖ୍ୟା ୫୧ରେ ପହଞ୍ଚିଛି ।

ସେହିପରି କ୍ୟାମ୍ପସରେ ଆକ୍ରାନ୍ତ ଚିହ୍ନଟ ପରେ ବୁର୍ଲାରେ କଣ୍ଟେନମେଣ୍ଟ ଓ ବଫରଯୋନ ଘୋଷଣା କରାଯାଇଛି । ଆଜିଠାରୁ ଲାଗୁ ହୋଇଛି କଣ୍ଟେନମେଣ୍ଟ ଯୋନ ଓ ବଫରଯୋନ । ବୁର୍ଲା ଭୀମସାରର ଏକାଧିକ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଗତ କିଛି ଦିନ ପୂର୍ବରୁ ବୁର୍ଲା ଭିମସାରରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହାପରେ ପ୍ରଥମେ ୨୨ ଜଣ ଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ସେମାନଙ୍କ କଣ୍ଟାକ୍ତ ଟ୍ରେସିଂ କରାଯିବା ପରେ ପୁଣି ୭ ଜଣ ଛାତ୍ର କରୋନା ଆକ୍ରାନ୍ତ ହୋଇଥିଲେ ।

ସମସ୍ତଙ୍କ ଛାତ୍ରଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବୁର୍ଲା ଭିମସାର ଷ୍ଟାଫ କ୍ବାର୍ଟର ସହିତ ଅପାଲା ଛାତ୍ରୀ ନିବାସ, ଅତ୍ରିୟ, ବିଶ୍ବାମିତ୍ର, ମାର୍କେଣ୍ଡ ଛାତ୍ରାବାସକୁ ବଫରଯୋନ ଘୋଷଣା କରାଯାଇଛି । ସେହିପରି ସାବିତ୍ରୀ, ଗର୍ଗୀ ଛାତ୍ରୀ ନିବାସ, ଚରକ, ଭୃଗୁ, ପତଞ୍ଜଳି ଛାତ୍ରାବାସ ସହିତ ପିଜି ଛକରୁ ଗର୍ଗୀ ଛାତ୍ରୀ ନିବାସ ପର୍ଯ୍ୟନ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଯୋନ ଘୋଷଣା କରାଯାଇଛି । ସମ୍ବଲପୁର ମହାନଗର ନିଗମର କର୍ମଚାରୀ ଓ ବୁର୍ଲା ପୋଲିସ ସମ୍ପୃକ୍ତ ଅଞ୍ଚଳରେ ଉପସ୍ଥିତ ରହି ଲୋକଙ୍କୁ ସଚେତନ କରାଉଛନ୍ତି ।

Leave A Reply

Your email address will not be published.