Latest Odisha News

BREAKING NEWS

ମହାକାଶର ଭୟଙ୍କର ଜୀବାଣୁ ପୃଥିବୀ ଉପରେ କରିପାରନ୍ତି ଆକ୍ରମଣ !

ମେଲବୋର୍ଣ୍ଣ: ମହାକାଶର ରହସ୍ୟ ବୁଝିବା କଷ୍ଟକର ବ୍ୟାପାର । ଏବେ ମାନବଜାତି ମହାକାଶ ଉପରେ ଗବେଷଣା କରିବା ସହ ଯାତ୍ରା ମଧ୍ୟ କରୁଛି । ତେବେ ଯେତିକି ଲାଭବାନ କରୁଛି ପରୋକ୍ଷରେ ଆଉ ଏକ ବିପଦକୁ ଡାକିଆଣୁଛି । ଆଡିଲେଡ ମହାକାଶ ଗବେଷଣାକାରୀମାନେ ଭୟଙ୍କର ରିପୋର୍ଟ ପ୍ରଦାନ କରିଛନ୍ତି । ସେମାନଙ୍କ ମତରେ ଉପଯୁକ୍ତ ଜୈବ ସୁରକ୍ଷାର ବ୍ୟବସ୍ଥା କରା ନ ଗଲେ ମହାକାଶରେ ବିଚରଣ କରୁଥିବା ଜୀବାଣୁ ପୃଥିବୀ ଉପରେ ଆକ୍ରମଣ କରିପାରନ୍ତି ।

ମହାକାଶଚାରୀଙ୍କ ସହ ଏହି ଜୀବାଣୁ ଧରାପୃଷ୍ଠକୁ ଆସିବା ଆଶଙ୍କା ରହିଛି । ତେବେ ଅଧିକାଂଶ ଜୀବାଣୁ ଏହି ପରିସ୍ଥିତିରେ ବଂଚି ପାରନ୍ତି ନାହିଁ । ମାତ୍ର ଯେଉଁ ଜୀବାଣୁ ବଂଚିଯିବ ସେ ପୃଥିବୀରେ ଭୟଙ୍କର ବିପଦ ସୃଷ୍ଟି କରିବ ବୋଲି ଆଶଙ୍କା ବ୍ୟକ୍ତ କରାଯାଉଛି । ସ୍ପେଶ ବାୟୋସିକ୍ୟୁରିଟିକୁ ବୃଦ୍ଧି କରିବା ପାଇଁ ଗବେଷକମାନେ ସତର୍କ କରାଇଛନ୍ତି ।

Leave A Reply

Your email address will not be published.