Latest Odisha News

BREAKING NEWS

ରାଜ୍ୟରେ ସୁସ୍ଥ ହେଲେ ଆଉ ୪ ହଜାର ୫୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ସହ ଅଧିକ ଲୋକ ଆରୋଗ୍ୟ ଲାଭ ବି କରୁଛନ୍ତି । ଆଜି ରାଜ୍ୟରେ ସୁସ୍ଥ ହୋଇଛନ୍ତି ଆଉ ୪ ହଜାର ୫୨ କରୋନା ଆକ୍ରାନ୍ତ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ୨୮ ଜିଲ୍ଲାର ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୧୬ ଜିଲ୍ଲାରୁ ଆଜି ସୁସ୍ଥ ହୋଇଛନ୍ତି ଶହେରୁ ଅଧିକ ଲେଖାଏଁ କରୋନା ଆକ୍ରାନ୍ତ ।

ଗତ ୨୪ ଘଣ୍ଟାରେ ଖୋର୍ଦ୍ଧା ଜିଲ୍ଲାରୁ ୬୪୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ସୁସ୍ଥ ହୋଇଛନ୍ତି ସର୍ବାଧିକ ୭୧୬ ଜଣ । ସେହିପରି କଟକରୁ ୫୫୭ ସଂକ୍ରମିତ ବାହାରିଥିବା ବେଳେ ଆଜି ଆରୋଗ୍ୟ ଲାଭ କରିଛନ୍ତି ୩୭୮ ଆକ୍ରାନ୍ତ ।

ରାଜ୍ୟରେ ମୋଟ୍ ସୁସ୍ଥଙ୍କ ସଂଖ୍ୟା ୧ ଲକ୍ଷ ୫୭ ହଜାର ୨୬୫କୁ ବୃଦ୍ଧି ପାଇଛି । ସୁସ୍ଥତା ହାର ରହିଛି ୮୧ ପ୍ରତିଶତ । ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୯୨ ହଜାର ୫୪୮ ଥିବା ବେଳେ ଆକ୍ଟିଭ୍ କେସ୍ ରହିଛି ୩୫ ହଜାର ୨୮୩ ।
କେଉଁ ଜିଲ୍ଲାରୁ କେତେ ସୁସ୍ଥ
➡️ ସୁନ୍ଦରଗଡ଼- ୧୮୨, ପୁରୀ- ୧୮୧, ଜଗତସିଂହପୁର- ୧୬୪, ଯାଜପୁର- ୧୫୨
➡️ ଝାରସୁଗୁଡ଼ା- ୧୫୦, ରାୟଗଡ଼ା- ୧୪୬, ମୟୂରଭଞ୍ଜ- ୧୩୮, କେନ୍ଦ୍ରାପଡ଼ା- ୧୨୯
➡️ ସମ୍ୱଲପୁର- ୧୨୮, ସୋନପୁର- ୧୨୬, ଅନୁଗୋଳ- ୧୨୨, ନୂଆପଡ଼ା- ୧୨୧
➡️ ବାଲେଶ୍ୱର- ୧୧୧, ନବରଙ୍ଗପୁର- ୧୦୧, ବରଗଡ଼- ୯୭, କୋରାପୁଟ- ୯୧
➡️ କେନ୍ଦୁଝର- ୮୩, କଳାହାଣ୍ଡି- ୭୯, କନ୍ଧମାଳ- ୭୨, ଢେଙ୍କାନାଳ- ୭୧
➡️ ଭଦ୍ରକ- ୬୨, ଗଞ୍ଜାମ- ୫୫, ନୟାଗଡ଼- ୪୫, ବଲାଙ୍ଗିର- ୪୪
➡️ ମାଲକାନଗିରି- ୩୬, ଦେବଗଡ଼- ୨୦, ବୌଦ୍ଧ- ୧୭, ଗଜପତି- ୧୫

Leave A Reply

Your email address will not be published.