Latest Odisha News

BREAKING NEWS

ରାଜ୍ୟରୁ ସୁସ୍ଥ ହେଲେ ଆଉ ୭୦ କରୋନା ଆକ୍ରାନ୍ତ

ଭୁବନେଶ୍ବର : କରୋନା ସଂକ୍ରମଣ ମଧ୍ୟରେ ରାଜ୍ୟରୁ ଆସିଛି ଭଲ ଖବର । ଆଜି ରାଜ୍ୟରୁ ସୁସ୍ଥ ହୋଇ ଫେରିଛନ୍ତି ୭୦ ଜଣ କରୋନା ଆକ୍ରାନ୍ତ । ସମ୍ବଲପୁରରୁ ସର୍ବାଧିକ ୧୫ ଜଣ ସୁସ୍ଥ ହୋଇଥିବା ବେଳେ, ବରଗଡ଼ରୁ ୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସେହିପରି ବାଲେଶ୍ବର, ଯାଜପୁର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ରୁ ୬ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ, ଭଦ୍ରକ ଓ ଖୋର୍ଦ୍ଧାରୁ ୪ ଜଣ ଲେଖାଏଁ, କଟକରୁ ୩ ଜଣ, ଗଜପତି, ଝାରସୁଗୁଡ଼ା, ନବରଙ୍ଗପୁର ଓ ପୁରୀରୁ ୨ ଜଣ ଲେଖାଏଁ, ଅନୁଗୁଳ, ଦେବଗଡ଼, କେନ୍ଦ୍ରାପଡ଼ା, ମାଲକାନଗିରି ଓ ଷ୍ଟେଟ୍ ପୁଲରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ଏପର୍ଯ୍ୟନ୍ତ ରାଜ୍ୟରେ ସୁସ୍ଥ ହେଲେଣି ୩ ଲକ୍ଷ ୩୫ ହଜାର ୫୬୯ ଜଣ କରୋନା ଆକ୍ରାନ୍ତ ।

Leave A Reply

Your email address will not be published.