Latest Odisha News

BREAKING NEWS

କୁନୋ ଜାତୀୟ ଉଦ୍ୟାନରେ ଆଉ ଏକ ଚିତାର ମୃତ୍ୟୁ, କାରଣ ଅସ୍ପଷ୍ଟ

ଭୋପାଳ: ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରୁ ଆଉ ଏକ ଦୁଃଖଦ ଖବର ସାମ୍ନା କୁ ଆସିଛି । ନାମିବିଆରୁ ଭାରତ ଆସିଥିବା ଆଉ ଏକ ଚିତା ‘ଶୌର୍ଯ୍ୟ’ର ମୃତ୍ୟୁ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ କୁନୋ ଜାତୀୟ ଉଦ୍ୟାନରେ ୧୦ ଟି ଚିତାବାଘଙ୍କର ମୃତ୍ୟୁ ଘଟିଛି । ଏଥିରେ ୭ ଟି ଚିତାବାଘ ଏବଂ ୩ ଟି ଛୁଆ ଅଛନ୍ତି । ମୃତ୍ୟୁବରଣ କରିଥିବା ଚିତାଙ୍କ ମଧ୍ୟରେ ‘ଶୌର୍ଯ୍ୟ’ ୧୦ ନମ୍ବର ଅଟେ । ବର୍ତ୍ତମାନ ପର୍ଯ୍ୟନ୍ତ ଚିତା ‘ଶୌର୍ଯ୍ୟ’ର ମୃତ୍ୟୁର କାରଣ ଜଣାପଡିନାହିଁ ।

ଏହି ଘଟଣୀରେ ଲାୟନ ପ୍ରୋଜେକ୍ଟ ର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ଯେ, ଆଜି ଅପରାହ୍ନ ପ୍ରାୟ ୩ ଟା ୧୭ ସମୟରେ ନାମିବିଆର ଚିତା ‘ଶୌର୍ଯ୍ୟ’ ର ମୃତ୍ୟୁ ହୋଇଥିଲା । ମୃତ୍ୟୁର କାରଣ ପୋଷ୍ଟମର୍ଟମ ପରେ ଜଣାପଡିବ ବୋଲି କୁହାଯାଇଛି । ନାମିବିଆ ଏବଂ ଦକ୍ଷିଣ ଆଫ୍ରିକା ଠାରୁ କୁନୋ ନ୍ୟାସନାଲ ପାର୍କକୁ ୨୦ ଟି ଚିତା ଅଣାଯାଇଥିଲା କିନ୍ତୁ ବିଭିନ୍ନ କାରଣରୁ ଚିତାମାନେ ଗୋଟିଏ ପରେ ଗୋଟିଏ ମୃତ୍ୟୁବରଣ କରୁଛନ୍ତି । ଏଥିରେ ଛୁଆ ବାଘ ମଧ୍ୟ ଅଛନ୍ତି ।

ଦକ୍ଷିଣ ଆଫ୍ରିକାରୁ ୧୨ ଟି ଚିତାବାଘ ଅଣାଯାଇଥିଲା । ସେମାନଙ୍କ ମଧ୍ୟରେ ଉଦୟ ଚିତା ଏବଂ ଅନ୍ୟ ମାଦା ଚିତା ସାଶା ର କିଛି ଦିନ ପୂର୍ବରୁ ମୃତ୍ୟୁ ହୋଇଥିଲା । ଏହା ବ୍ୟତୀତ ନାମିବିଆରୁ ଦକ୍ଷା ମହିଳା ଚିତା ଅଣାଯାଇଥିଲା, ହେଲେ ଏହାର ମଧ୍ୟ ମୃତ୍ୟୁହୋଇଥିଲା । ଗତବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚିତା ପ୍ରକଳ୍ପ ଆରମ୍ଭ କରିଥିଲେ । ଦୀର୍ଘ ବର୍ଷ ପରେ ଚିତା ଯୁଗ ଆରମ୍ଭ ହେଲା । ତେବେ ବର୍ତ୍ତମାନ ଚିତାବାଘ ଗୁଡିକର ମୃତ୍ୟୁ ପରେ ପରିଚାଳନା ଉପରେ ପ୍ରଶ୍ନ ଉଠିଛି ।

ଭାରତରେ ଚିତା ପ୍ରକଳ୍ପ ପାଇଁ ନାମିବିଆରୁ ୮ ଟି ଏବଂ ଦକ୍ଷିଣ ଆଫ୍ରିକାରୁ ୧୨ ଟି ଚିତା ଅଣାଯାଇଥିଲା । ସର୍ବପ୍ରଥମେ ନାମିବିଆରୁ ଆସୁଥିବା ଏକ ଚିତା ରୋଗରେ ମୃତ୍ୟୁ ହୋଇଥିଲା । ଏହା ପରେ ଦକ୍ଷିଣ ଆଫ୍ରିକାରୁ ଆସୁଥିବା ଏକ ଚିତାବାଘଙ୍କର ମୃତ୍ୟୁ ହୋଇଥିଲା ।

Leave A Reply

Your email address will not be published.