Latest Odisha News

BREAKING NEWS

ଶ୍ରୀକୃଷ୍ଣ ଜନ୍ମଭୂମି-ଶାହି ଇଦଗାହ ବିବାଦ ମାମଲା: ମସଜିଦ୍ ସର୍ଭେ ନିଷ୍ପତ୍ତିକୁ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମଥୁରା ଶାହି ଇଦଗାହ ମସଜିଦରେ ସର୍ଭେ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ସୁପ୍ରିମକୋର୍ଟ । ବର୍ତ୍ତମାନ ଶାହି ଇଦଗାହ ​​ମସ୍‌ଜିଦ୍‌ରେ କୌଣସି ସର୍ବେକ୍ଷଣ ହେବନାହିଁ। କୋର୍ଟ କମିଶନରଙ୍କ ନିଯୁକ୍ତି ନେଇ ଆହ୍ଲାବାଦ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି।

ମଥୁରା କୃଷ୍ଣ ଜନ୍ମଭୂମି ସହ ସମ୍ପର୍କିତ ୧୮ଟି ଆବେଦନକୁ ମଥୁରା ଜିଲ୍ଲା ଅଦାଲତରୁ ହାଇକୋର୍ଟକୁ ସ୍ଥାନାନ୍ତର କରିବା ଉପରେ ରୋକ୍‌ ଲଗାଇବା ଦାବିରେ ମୁସ୍‌ଲିମ୍‌ ପକ୍ଷଙ୍କ ଦ୍ବାରା କରାଯାଇଥିବା ଆବେଦନ ଉପରେ ଶୁଣାଣି କରାଯାଇଥିଲା। ଏଥି ସହିତ ମୁସ୍‌ଲିମ୍‌ ପକ୍ଷରୁ ଇଦ୍‌ଗାହ କମିଟି ହାଇକୋର୍ଟଙ୍କ ଦ୍ବାରା କୋର୍ଟ କମିଶନରଙ୍କ ନିଯୁକ୍ତି ନେଇ ହାଇକୋର୍ଟଙ୍କ ନିର୍ଦେଶ ଉପରେ ରୋକ୍‌ ଲଗାଇବାକୁ ମଧ୍ୟ ଦାବି କରିଥିଲେ।

ଜଷ୍ଟିସ ସଞ୍ଜୀବ ଖନ୍ନା ଏବଂ ଜଷ୍ଟିସ ଦୀପଙ୍କର ଦତ୍ତଙ୍କ ଖଣ୍ଡପୀଠ ଶାହି ଇଦ୍‌ଗାହ ​​ମସଜିଦ କମିଟି ପକ୍ଷରୁ ଦାଖଲ କରାଯାଇଥିବା ଏକ ସ୍ୱତନ୍ତ୍ର ଅନୁମତି ଆବେଦନ ଉପରେ ଶୁଣାଣି କରିଥିଲେ। ଆହ୍ଲାବାଦ ହାଇକୋର୍ଟଙ୍କ ଡିସେମ୍ବର ୧୪ରେ ଦେଇଥିବା ଆଦେଶ ଉପରେ ରହିତାଦେଶ ଜାରି କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ଟ୍ରାଏଲ କୋର୍ଟରେ ଶୁଣାଣି ଜାରି ରହିବ, କିନ୍ତୁ କୋର୍ଟ କମିଶନରଙ୍କ ନିଯୁକ୍ତି ଉପରେ ମଧ୍ୟବର୍ତ୍ତୀକାଳୀନ ରହିତାଦେଶ ବଳବତ୍ତର ରହିବ। ଜାନୁଆରୀ ୨୩ରେ ସୁପ୍ରିମକୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରିବେ।

ଡିସେମ୍ବର ୧୪ରେ ଆହ୍ଲାବାଦ ହାଇକୋର୍ଟ ଶାହି ଇଦଗାହ ମସଜିଦର ସର୍ଭେ ପାଇଁ କୋର୍ଟ କମିଶନର ନିଯୁକ୍ତ କରିବାକୁ ରାଜି ହୋଇଥିଲେ। ଏହି ମାମଲାରେ ଆବେଦନକାରୀମାନେ ଦାବି କରିଥିଲେ ଯେ ସେହି ମସଜିଦରେ ହିନ୍ଦୁ ପ୍ରତୀକ ଅଛି, ଯାହା ଦର୍ଶାଏ ଯେ ଏହା ଏକ ହିନ୍ଦୁ ମନ୍ଦିର ଥିଲା।

 

Leave A Reply

Your email address will not be published.