Latest Odisha News

BREAKING NEWS

ପୁଣି ଜଣେ ଶିଶୁ ନିଖୋଜ

ପାରାଳାଖେମୁଣ୍ଡି: କାଶୀନଗର ଏନ୍ଏସି ଅଞ୍ଚଳରୁ ୬ ବର୍ଷର ଶିଶୁପୁତ୍ର ନିଖୋଜ ହୋଇଯାଇଛି । କୁମୁଟିସାହିର ଏହି ଶିଶୁପୁତ୍ର ଗତକାଲି ସନ୍ଧ୍ୟାରେ ଘର ସମ୍ମୁଖରେ ଖେଳୁଥିବା ବେଳେ ନିଖୋଜ ହୋଇଯାଇଥିଲା । ପରିବାର ଲୋକେ ଏ ନେଇ କାଶୀନଗର ଥାନାରେ ମାମଲା ରୁଜୁ କରିଛିନ୍ତି ।

ପ୍ରତୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ସାହିର ଜାମି ମନଧାଙ୍କ ପୁଅ ହାର୍ଦ୍ଦିକ  ଘର ବାହାରେ ଖେଳୁଥିବା ବେଳେ ୨ ଜଣ ଅଚିହ୍ନା ବ୍ୟକ୍ତି ବାଇକରେ ଆସି ତାକୁ ଉଠାଇ ନେଇଥିଲେ । ପୋଲିସ ପିଲାଟିକୁ ଖୋଜିବା ପାଇଁ ଉଦ୍ୟମ ଚଳାଇଛି । 

ଗତ କିଛି ଦିନ ହେଲା ବିଭିନ୍ନ ସ୍ଥାନରେ ଶିଶୁ ନିଖୋଜ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି ।

Leave A Reply

Your email address will not be published.