Latest Odisha News

BREAKING NEWS

ଅଟ୍ଟାରି ସୀମାରେ ପାକିସ୍ତାନର ଅନୁପ୍ରବେଶ ଉଦ୍ୟମ; ୨ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ: ପଞ୍ଜାବର ଅଟ୍ଟାରି ସୀମାନ୍ତରେ ବୁଧବାର ବଲମ୍ବିତ ରାତିରେ ଭାରତୀୟ ସୁରକ୍ଷାବଳ ୨ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ନିପାତ କରିଛି। ସୀମା ଭିତରକୁ ପ୍ରବେଶ ଉଦ୍ୟମ କରୁଥିବା ବେଳେ ଏଜି ଦୁଇଜଣ ସଶସ୍ତ୍ର ଅନୁପ୍ରବେଶକାରୀ ଭାରତୀୟ ବିଏସ୍‌ଏଫ୍‌ ଯବାନଙ୍କ ଗୁଳିରେ ନିହତ ହୋଇଛନ୍ତି।

ସୂଚନାନୁସାରେ, ବୁଧବାର ରାତି ପ୍ରାୟ ୨.୩୦ରେ ଅଟ୍ଟାରି ସୀମାନ୍ତର ଅତି ନିକଟ ରାଜତଳା ଅଞ୍ଚଳରେ ଏହି ଦୁଇ ସଶସ୍ତ୍ର ଅନୁପ୍ରବେଶକାରୀଙ୍କୁ ଗୁଳି କରି ହତ୍ୟା କରିଛି ସୀମା ସୁରକ୍ଷା ବଳ।

ଏହାସହ, ନିହତ ଅନୁପ୍ରବେଶକାରୀଙ୍କ ପାଖରେ ଥିବା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ମଧ୍ୟ ଉଦ୍ଧାର କରିଛି ବିଏସଏଫ। ସମ୍ପୃକ୍ତ ଅଞ୍ଚଳରେ ସୀମା ସୁରକ୍ଷା ବଳ ତଲାସ ଅଭିଯାନ ଆରମ୍ଭ କରିଛି।

ଅଗଷ୍ଟ ମାସରେ ଗୁଜୁରାଟ-ରାଜସ୍ଥାନ ସୀମାରେ  ପ୍ରଥମ ଥର ପାଇଁ ଅନୁପ୍ରବେଶ ଘଟଣା ସାମ୍ନାକୁ ଆସିଥିଲା । ଏଥିରେ ମଧ୍ୟ ଜଣେ ଅନୁପ୍ରବେଶକାରୀ ନିହତ ହୋଇଥିଲେ ।

ନଭେମ୍ବର ୮ ତାରିଖରେ ମଧ୍ୟ ଏକ ବଡ ଧରଣର ଅନୁପ୍ରବେଶ ଉଦ୍ୟମକୁ ଭାରତୀୟ ଯବାନମାନେ ପଣ୍ଡ କରିଥିଲେ ।

Leave A Reply

Your email address will not be published.