Latest Odisha News

ଗଞ୍ଜାମରେ ପୁଣି ଦନ୍ତା ହାତୀର ମୃତ୍ୟୁ

ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲାର ଉତ୍ତର ଘୁମୁସର ବନଖଣ୍ଡରେ ପୁଣି ଏକ ଦନ୍ତାହାତୀର ମୃତ୍ୟୁ ହୋଇଛି। ଗତ ଦୁଇ ମାସ ମଧ୍ୟରେ ପ୍ରାଣ ହରାଇଥିବା ଏହା ହେଉଛି ତୃତୀୟ ଦନ୍ତାହାତୀ।
ମିଳିଥିବା ସୂଚନା ଅନୁଯାୟୀ, ଉତ୍ତର ଘୁମୁସର ବନଖଣ୍ଡର ତାରାସିଂ ବନାଞ୍ଚଳ ଅଧିନ କାମ୍ପ ଗାଁ ନିକଟ ଜଙ୍ଗଲରେ ଗତ କିଛି ଦିନ ପୂର୍ବେ ଏକ ଦନ୍ତାହାତୀ ଅସୁସ୍ଥ ଅବସ୍ଥାରେ ପଡ଼ିଥିଲା। ସ୍ଥାନୀୟ ଲୋକେ ଏନେଇ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗର କିଛି କର୍ମଚାରୀ ହାତୀକୁ ଖାଦ୍ୟ ଖାଇବାକୁ ଦେବା ସହ ଔଷଧ ଦେଇଥିଲେ। ଏକ ସପ୍ତାହ ଧରି ହାତୀଟିର ଗତିବିଧି ଉପରେ ଲକ୍ଷ୍ୟ ରଖିଥିଲା ବନ ବିଭାଗ। ଗୁରୁବାର ଠାରୁ ହାତୀଟି ଚଳ ପ୍ରଚଳ ନକରିବାରୁ ହାତୀକୁ ଔଷଧ ଦିଆଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ଶନିବାର ଡାକ୍ତର ଟିମକୁ ଆଣି ଚିକିତ୍ସା କରାଯାଇଥିଲା।

ତେବେ ଚିକିତ୍ସା ସମୟରେ ହାତୀର ମୃତ୍ୟୁ ହୋଇଥିବା କହିଛନ୍ତି ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା। ଘଟଣା ସ୍ଥଳରେ ବନଖଣ୍ଡ ଅଧିକାରୀଙ୍କ ଉପସ୍ଥିତିରେ ହାତୀଟିର ଶବ ବ୍ୟବଛେଦ କରାଯାଇ ପୋତି ଦିଆଯାଇଛି। ଗତ ଜୁଲାଇ ମାସରେ ଦୁଇଟି ଦନ୍ତାର ମୃତ୍ୟୁ ହୋଇଥିବା ପୁଣି ଶନିବାର ଏକ ଦନ୍ତାର ମୃତ୍ୟୁ ହୋଇଛି।

Leave A Reply

Your email address will not be published.