Latest Odisha News

BREAKING NEWS

ନୂଆପଡ଼ାରେ ପୁଣି ବାଘ ଆତଙ୍କ, ଆଜି ଆଉ ଗୋଟେ ଧରା ପଡିଲା ମଣିଷଖିଆ ବାଘ

ନୂଆପଡ଼ା: ଜିଲ୍ଲାରେ ସରୁନି ବାଘ ଆତଙ୍କ। ଗତକାଲି ଗୋଟିଏ ବାଘ ଧରାପଡିଥିଲା। ଆଜି ଆଉ ଗୋଟେ ବାଘକୁ ଦେଖିଲେ ଲୋକେ। ସୂଚନା ଅନୁସାରେ ରବିବାର ସକାଳେ ସଦର ରେଞ୍ଜ ଧରମବନ୍ଧା ସେକ୍ସନ କୋଦୋପାଲି ଗାଁରେ ଏକ ବାଘ ଆତଙ୍କ ଖେଳାଇ ଦେଇଛି ।

ଫଳରେ ଗାଁ ଲୋକେ ପୁଣି ଡରି ଯାଇଛନ୍ତି। ଗ୍ରାମବାସୀ ଘଟଣା ସମ୍ପର୍କରେ ବନବିଭାଗ ଅଧିକାରୀଙ୍କୁ ଅବଗତ କରାଇବା ପରେ ବନ କର୍ମଚାରୀମାନେ ସେଠାକୁ ଯାଇ ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି। ସୂଚନାଯୋଗ୍ୟ, ଶନିବାର ରାତିରେ ବିଭାଗୀୟ ଅଧିକାରୀମାନେ ଯେଉଁ ବାଘକୁ ଯନ୍ତା ପକାଇ ଧରିଥିଲେ, ତାହା ଏକ ମଣିଷଖିଆ ବାଘ ଥିଲା। ସେ ଦୁଇ ଜଣଙ୍କୁ ମାରିଥିବା ବେଳେ ଆଉ ଜଣଙ୍କୁ ଆକ୍ରମଣ କରି ଗୁରୁତର କରିଥିଲା।

ଏହି ବାଘଟି ଗତକାଲି ରାତିରେ କୋଦୋପାଲି ଗାଁର ଏକ ଘରର ଛାତ ଉପରେ ଚଢ଼ି ଯାଇଥିଲା। ତାକୁ ଧରିବା ପାଇଁ ବନ ବିଭାଗ ଯନ୍ତା ପକାଇଥିଲା। ରାତି ପ୍ରାୟ ୧୧ଟା ବେଳେ ବାଘଟି ଯନ୍ତାରେ ପଡ଼ିଥିଲା। ଗତକାଲି ବିଳମ୍ବିତ ରାତିରେ ବାଘକୁ ନୂଆପଡ଼ା ରେଞ୍ଜ ଅଫିସ୍‌କୁ ଅଣାଯାଇଥିଲା। ଗତ ୫ରୁ ୬ ଦିନ ଧରି ଆତଙ୍କ ଖେଳାଇଥିବା ଏହି କଳରାପତରିଆ ବାଘକୁ ବନବିଭାଗ କାବୁ କରିଥିଲା। ତେବେ ଆଜି ଆଉ ଏକ ବାଘ ଦେଖି ସ୍ଥାନୀୟ ଲୋକେ ପୁଣି ଆତଙ୍କିତ ହୋଇଛନ୍ତି ।

Leave A Reply

Your email address will not be published.