Latest Odisha News

BREAKING NEWS

ବଙ୍ଗୋପସାଗରରେ କାଲି ଲଘୁଚାପ, ୨ ଦିନ ପରେ ବଢ଼ିବ ଶୀତ

ଭୁବନେଶ୍ୱର: ଶୀତରେ ଆସୁଛି ଆଉ ଏକ ଲଘୁଚାପ । ରାଜ୍ୟରେ ଶୁଖିଲା ପାଗ ଲାଗି ରହିଥିବା ବେଳେ ଆସନ୍ତାକାଲି ୧୫ ତାରିଖ ସୁଦ୍ଧା ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ହୋଇପାରେ ଆଉ ଏକ ଲଘୁଚାପ । ଏବେ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି ।

ପାଣିପାଗ ବିଭାଗର ଆକଳନ ଅନୁସାରେ, ୧୫ ତାରିଖ ସକାଳେ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ପଶ୍ଚିମ ଦିଗରେ ଶ୍ରୀଲଙ୍କା ଉପକୂଳକୁ ଗତି କରିବ । ଏହା ପ୍ରଭାବରେ ୧୫ ତାରିଖରେ ନିକୋବର ଦ୍ୱୀପପୁଞ୍ଜରେ ପ୍ରବଳ ବର୍ଷା ଆଶଙ୍କା କରିଛି ପାଣିପାଗ ବିଭାଗ । ଲଘୁଚାପର କୌଣସି ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ ।

ଶୁଖିଲା ପାଗ ଲାଗି ରହିଥିବା ଆସନ୍ତା ୨ ଦିନ ରାଜ୍ୟର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମଧରଣର କୁହୁଡ଼ି ଅନୁଭୂତ ହେବ । ୧୫ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡ଼଼ା, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ, ପୁରୀ, ବଲାଙ୍ଗିର, ସୋନପୁର, ବୌଦ୍ଧ, ଅନୁଗୁଳ, କଟକ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ କୁହୁଡ଼ି ଦେଖାଯିବ ।

ସେହିଭଳି ୧୬ ତାରିଖରେ ଗଜପତି, ଗଞ୍ଜାମ, କଟକ, ଢେଙ୍କାନାଳ, ବଲାଙ୍ଗିର, ବୌଦ୍ଧ, ଅନୁଗୁଳ, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ମାଲକାନଗିରିରେ ସ୍ୱଳ୍ପରୁ ମଧ୍ୟମ କୁହୁଡ଼ି ଦେଖାଯିବ । ଆଗାମୀ ୨ ଦିନ ଯାଏ ରାତି ସ୍ୱାଭାବିକ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାକୁ ନଥିବା ବେଳେ ପରେ ଧିରେ ଧିରେ ୨ରୁ ୪ ଡିଗ୍ରୀ ଯାଏ ପାରଦ ଖସିବାର ସମ୍ଭାବନା ରହିଛି ।

Leave A Reply

Your email address will not be published.