Latest Odisha News

BREAKING NEWS

ଆନନ୍ଦ ଟପୋ ହତ୍ୟା ମାମଲା: ଥାନାରେ ହାଜର ହେଲେ ବୀରେନ୍ଦ୍ରଙ୍କ ବାନ୍ଧବୀ

ଭୁବନେଶ୍ଠର:  ଆନନ୍ଦ ଟପୋ ମୃତ୍ୟୁ  ଘଟଣାର ରହସ୍ୟ ଉନ୍ମୋଚନ ପାଇଁ ଲାଗି ପଡ଼ିଛି ଇନଫୋସିଟି ଥାନା ପୋଲିସ। ଆଜି ଥାନାରେ  ହାଜର ହୋଇଛନ୍ତି ବୀରେନ୍ଦ୍ର ଲାକ୍ରାଙ୍କ ବାନ୍ଧବୀ  ମନ୍‌ଜିତ୍ ଟେଟେ। ତାଙ୍କୁ ହାଜର ହେବା ପାଇଁ ନୋଟିସ କରିଥିଲା ଇନଫୋସିଟି ପୋଲିସ ।  ଥାନାରେ ପହଞ୍ଚିବା ପରେ ବୀରେନ୍ଦ୍ରଙ୍କ ବାନ୍ଧବୀଙ୍କୁୂ  ଅତିରିକ୍ତ ଡିସିପି  ପଚରଉଚରା କରିଥିବା ଜଣାପଡ଼ିଛି ।

ଆନନ୍ଦ ଟପୋ ହତ୍ୟା ମାମଲାରେ ଦୁଇଦିନ ତଳେ ବୀରେନ୍ଦ୍ରଙ୍କୁ  ମଧ୍ୟ ପୋଲିସ ଡାକି ପଚରାଉଚରା କରିଥିଲା ।
ଏହି ମାମଲା ରେ ରେ ୨୫ ଜଣଙ୍କ ତାଲିକା ତିଆରି କରିଛି କମିସନରେଟ ପୋଲିସ । ଘଟଣା ଦିନ ଯେଉଁମାନେ ଉପସ୍ଥିତ ଥିଲେ ଏବଂ ଯେଉଁମାନେ ଘଟଣା ବିଷୟରେ ଜାଣିଛନ୍ତି ସେଇମାନଙ୍କୁ ଖୁବ୍ ଶୀଘ୍ର ସେମାନଙ୍କୁ ପଚରାଉଚୁରା କରାଯିବ ବୋଲି କହିଛି ।

କହିରଖିବୁ, କିଛି ଦିନ ତଳେ ଆନନ୍ଦଙ୍କ ମୃତଦେହ ଇନଫୋସିଟି ଥାନା ଅଞ୍ଚଳର ଏକ ଆପାର୍ଟମେଣ୍ଟରୁ  ମିଳିଥିଲା ।ଏହି ହତ୍ୟା ମାମଲାରେ ଅନ୍ୟମାନଙ୍କ ସହ ଫସି ଥିଲେ  ପୂର୍ବତନ ଓଡିଆ ହକି ତାରକା ବିରେନ୍ଦ୍ର ଲାକ୍ରା  । ଦୁଇଦିନ ତଳେ ସେ ମଧ୍ୟ ଇନଫୋସିଟି ଥାନାରେ ହାଜର ହୋଇଥିଲେ ।

ହେଲେ ଏହି ଘଟଣାରେ ଇନଫୋସିଟି ଥାନା ପୋଲିସର ଅବହେଳା ସାମ୍ନାକୁ ଆସିଥିଲା । ଏହି  ଘଟଣାରେ  ବିରେନ୍ଦ୍ରଙ୍କ ସଂପୃକ୍ତି ଅଭିଯୋଗ ହୋଇଥିଲେ ହେଁ  ବୀରେନ୍ଦ୍ରଙ୍କ ନାମକୁ ଅଭିଯୋଗ ଫର୍ଦ୍ଦରୁ ବାଦ୍ ଦେଇଥିଲେ ଆଇଆଇସି । ଏହି ଘଟଣା ହାଇକୋର୍ଟ ପର୍ଯ୍ୟନ୍ତ ଯାଇଥିଲା । ହାଇକୋର୍ଟ ଏ ନେଇ କମିଶନରେଟ୍ ପୋଲିସର ଥାନା ଆଇଆଇସିଙ୍କୁ ହାଇକୋର୍ଟ ଭର୍ତ୍ସନା କରିଥିଲେ । ଏକ ବର୍ଷ ପର‌୍ୟ୍ୟନ୍ତ ଇନଫୋସିଟି ଥାନା ଆଇଆଇସି ସମିତା ମିଶ୍ରଙ୍କୁ ଫିଲଡ ପୋଷ୍ଟିଂ ମନା ହୋଇଥିଲା । ଏହା ସହ ଏକ ମାସ ଯାଏଁ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀରେ ଟ୍ରେନିଂ ନେବା ପାଇଁ ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ ।

ଏହା ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କୁ ଇନଫୋସିଟି ଥାନାରୁ ଡାକରା ଆସିଥିଲା ।  ଏହି ଘଟଣାରେ ତଦନ୍ତ କରି ତିନି ମାସ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ ପାଇଁ ଭୁବନେଶ୍ୱର ଡିସିପିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

 

Leave A Reply

Your email address will not be published.