Latest Odisha News

BREAKING NEWS

ସଚିନଙ୍କ ରାସ୍ତାରେ ଅର୍ଜୁନ: ପଦାର୍ପଣ ରଣଜୀ ମ୍ୟାଚରେ ଜୁନିୟର ତେନ୍ଦୁଲକରଙ୍କ ଶତକ

ମୁମ୍ବାଇ: ୧୯୮୮ରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ପଦାର୍ପଣ ରଣଜୀ ମ୍ୟାଚରେ ଶତକ ହାସଲ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାର ୩୪ ବର୍ଷ ପରେ ତାଙ୍କ ପୁଅ ଅର୍ଜୁନ ସମାନ ଶୈଳୀରେ କ୍ୟାରିୟରକୁ ଦିଗ ପ୍ରଦାନ କରିଛି । ଗୋଆ ପକ୍ଷରୁ ଖେଳୁଥିବା ୨୩ ବର୍ଷୀୟ ଅର୍ଜୁନ ରାଜସ୍ଥାନ ବିପକ୍ଷରେ ଶତକ ହାସଲ କରିଛନ୍ତି । ତାଙ୍କ ଶତକ ବଳରେ ଗୋଆର ସ୍କୋର ୪୦୦ ଉପରକୁ ଯାଇପାରିଛି । ୧୧ ଡିସେମ୍ବର ୧୯୮୮ରେ ସଚିନ ମୁମ୍ବାଇ ତରଫରୁ ଖେଳି ଗୁଜରାଟ ବିପକ୍ଷରେ ଶତକ ହାସଲ କରିଥିଲେ । ସେ ସମୟରେ ସଚିନଙ୍କୁ ମାତ୍ର ୧୫ ବର୍ଷ ବୟସ ହୋଇଥିଲା । ଏହା ପରେ ସେ ଦିଲୀପ ଟ୍ରଫି ଓ ଇରାନୀ ଟ୍ରଫି ପଦାର୍ପଣରେ ମଧ୍ୟ ଶତକ ହାସଲ କରିଥିଲେ । ବର୍ତମାନ ଅର୍ଜୁନ ୨ ଥର ଚାମ୍ପିୟନ ରାଜସ୍ଥାନ ବିପକ୍ଷରେ ଏହି କୀର୍ତିମାନ ସ୍ଥାପନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ଏହି ଦଳରେ ଆଇପିଏଲ ଷ୍ଟାର କମଳେଶ ନାଗରକୋଟି ଓ ମହୀପାଲ ଲୋମରାରଙ୍କ ପରି ଖେଳାଳି ରହିଛନ୍ତି । ସୂଚନାଯୋଗ୍ୟ, ଆଇପିଏଲରେ ଅର୍ଜୁନ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିଥାନ୍ତି । ସେ ଓଭରାଲ ୯ଟି୨୦ ମ୍ୟାଚରେ ୧୨ ଓ ଲିଷ୍ଟ ଏ କ୍ରିକେଟରେ ୭ ମ୍ୟାଚରେ ୮ ୱିକେଟ ଅକ୍ତିଆର କରିଛନ୍ତି । ଅର୍ଜୁନ ଉଭୟ ବ୍ୟାଟିଂ ଓ ବୋଲିଂରେ କମାଲ କରିବା ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.