ଭୁବନେଶ୍ୱର: ଧଉଳି ଗଣଦୁଷ୍କର୍ମ ଘଟଣା ଘଟିବାର କିଛି ଦିନ ନବିତୁଣୁ , ଭୁବନେଶ୍ୱରରେ ପୁଣି ଏଭଳି ସାମ୍ନାକୁ ଆସିଛି। ମହିଳା ବିରୋଧୀ ଅପରାଧର ଆଉ ଦୁଇଟି ମାମଲା ରାଜ୍ୟ ରାଜଧାନୀରେ ମହିଳାଙ୍କ ସୁରକ୍ଷା ନେଇ ଏବେ ଚିନ୍ତା ସୃଷ୍ଟି କରିଛି। ଭୁବନେଶ୍ୱର ଲିଙ୍ଗିପୁର ଦୟା ନଦୀପଠା ପରେ ସହିଦ ନଗରରେ ପୁଣି ଏକ ଦୁଷ୍କର୍ମ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ପୁଣି ରାଜଧାନୀ ଭୁବନେଶ୍ବରରେ ଗଣଦୁଷ୍କର୍ମ ଅଭିଯୋଗ। ଚାକିରି ଦେବାକୁ କହି ନାବାଳିକା ସହ ଅମାନବୀୟ କାମ। ସହିଦନଗରସ୍ଥିତ ଏକ ଭଡ଼ାଘରେ ଗଣଦୁଷ୍କର୍ମ ଅଭିଯୋଗ ।
ଏନେଇ ଥାନାରେ ଅଭିଯୋଗ ପରେ ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ସୂଚନା ଅନୁଯାୟୀ, ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ନାବାଳିକା ଜଣଙ୍କୁ ଜାଣିଥିଲେ। ଡାଟାଏଣ୍ଟ୍ରି ଅପରେଟର୍ ଚାକିରି କରାଇଦେବାକୁ ପ୍ରଲୋଭନ ଦେଖାଇ ପୀଡ଼ିତାଙ୍କୁ ଭୁବନେଶ୍ବର ଡାକିଥିଲା ଅଭିଯୁକ୍ତ। ପୀଡିତାଙ୍କ ବୟସ ୧୭ ବର୍ଷ ହେବ। ଗତ ୧୮ ତାରିଖରେ ସହିଦ ନଗରରେ ଏକ ହୋଟେଲକୁ ଡାକିଥିଲେ ଅଭିଯୁକ୍ତ। ଅଭିଯୁକ୍ତ ଦୁଇଜଣ ହୋଟେଲରେ ପହଞ୍ଚି ତାଙ୍କ ପୁରୁଷ ବନ୍ଧୁଙ୍କ ପାଇଁ ଆଉ କିଛି ସମୟ ଅପେକ୍ଷା କରିବାକୁ ଅନୁରୋଧ କରିଥିଲେ।
ପରେ ସେମାନେ କୋଠରୀ ଭିତରେ ନାବାଳିକାକୁ ଦୁଷ୍କର୍ମ କରିଥିଲେ। ପୀଡ଼ିତା କୌଶଳ କ୍ରମେ ସେଠାରୁ ଖସି ଆସି ସହିଦନଗର ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ। ପୋଲିସ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଘଟଣାର ତଦନ୍ତ ଜାରି ରଖିଛି। ତେବେ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଧରିବା ପାଇଁ ତଲାସ ଆରମ୍ଭ ହୋଇଛି।
Comments are closed.