Latest Odisha News

BREAKING NEWS

Gold Price Hike: ପୁଣି ଗ୍ରାହକଙ୍କୁ ଝଟକା; ପୁଣି ବଢିଲା ସୁନା ଦର, ଜାଣନ୍ତୁ କେତେ…

ଭୁବନେଶ୍ୱର: ପୁଣି ବଢିଲା ସୁନା ଦର । ଦୁଇ ତିନି ଦିନର ବ୍ୟବଧାନ ପରେ ପୁଣି ଚିନ୍ତା ବଢାଇଛି ସୁନା ରୂପା ଦର । ମାର୍ଚ୍ଚ ୨୮ ତାରିଖ ଅର୍ଥାତ୍ ଆଜି ୨୪ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍ ୧ ଲକ୍ଷ ୪୮ ହଜାର ୯୦ ଟଙ୍କା ରହିଛି । ଗତକାଲି ୧ ଲକ୍ଷ ୪୫ ହଜାର ୫୮୦ ଟଙ୍କା ଥିଲା । ଏଥିରେ ୨ ହଜାର ୫୧୦ ଟଙ୍କା ବୃଦ୍ଧି ପାଇଛି ।

୨୨ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୧ ଲକ୍ଷ ୩୫ ହଜାର ୭୫୦ ଟଙ୍କା ରହିଛି । ଗତକାଲି ୧ ଲକ୍ଷ ୩୩ ହଜାର ୪୫୦ ଟଙ୍କା ଥିଲା । ଏଥିରେ ୨ ହଜାର ୩୦୦ ଟଙ୍କା ବୃଦ୍ଧି ହୋଇଛି । ସେହିପରି ୧୮ କ୍ୟାରେଟ୍ ୧୦ ଗ୍ରାମ ସୁନା ଦାମ୍ ୧ ଲକ୍ଷ ୧୧ ହଜାର ୭୦ ଟଙ୍କା ରହିଛି । ଗତକାଲି ଏହା ୧, ଲକ୍ଷ ୯ ହଜାର ୧୯୦ ଟଙ୍କା ଥିଲା । ଏଥିରେ ୧ ହଜାର ୮୮୦ ଟଙ୍କା ବୃଦ୍ଧି ହୋଇଛି ।

ସେହିପରି ରୁପା ଦାମ୍ ମଧ୍ୟ ବୃଦ୍ଧି ହୋଇଛି । ୧୦୦ ଗ୍ରାମ୍ ରୁପା ଦାମ୍ ୨୫,୦୦୦ ଟଙ୍କାରେ ପହଞ୍ଚିଛି । ଗତକାଲି ଅର୍ଥାତ୍ ୨୪ ହଜାର ୫୦୦ ଟଙ୍କା ଥିଲା । ଏଥିରେ ୫୦୦ ଟଙ୍କା ବୃଦ୍ଧି ହୋଇଛି ।

Leave A Reply

Your email address will not be published.