କୋରାପୁଟ: ଲାଲଗଡ଼ରେ ଲାଲବାହିନୀ ବିରୋଧରେ ଲାଗିଲା ପୋଷ୍ଟର । କୋରାପୁଟ ଜିଲ୍ଲା ଲମତାପୁଟ ଅଞ୍ଚଳରେ ମାଓବାଦୀଙ୍କ ବିରୋଧରେ ପୋଷ୍ଟର ଲଗା ଯାଇଥିବା ଦେଖିବାକୁ ମିଳିଛି । ଲମତାପୁଟର ଅନକାଡେଲି ଓ ହନୁମାଲ ଆଦି ଅଞ୍ଚଳରେ ଏହି ପୋଷ୍ଟର ଲଗାଯାଇଛି ।
ପୋଷ୍ଟର ଲଗାଇଛି ମାଲକାନଗିରି ବିଚ୍ଛିନ୍ନାଞ୍ଚଳ ଉନ୍ନୟନ ସମିତି । ଯେଉଁଥିରେ ଉଲ୍ଲେଖ ରହିଛି ଯେ, ମାଓବାଦୀମାନେ ବିପ୍ଳବ ନାଁରେ ନିରୀହ ଆଦିବାସୀଙ୍କୁ ହତ୍ୟା କରୁଛନ୍ତି । ଯାହାର ଦୃଢ଼ ନିନ୍ଦା କରାଯାଇଛି ।
ଗତ ଏପ୍ରିଲ ୨୦ ତାରିଖରେ ମାଲକାନଗିରି ଜିଲ୍ଲାର ଖଜୁରୀଗୁଡ଼ା ଅନ୍ତର୍ଗତ ଜୋଡାମ୍ବରେ ନିରୀହ ଆଦିବାସୀ ଯୁବକ ଦାସ ଖେମୁଣ୍ଡୁଙ୍କୁ ହତ୍ୟା କରିବା ଘଟଣା ମାଓବାଦୀଙ୍କ ଅସଲ ମୁଖା ଖୋଲି ଦେଇଛି ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି ।
Comments are closed.