Latest Odisha News

BREAKING NEWS

କଙ୍ଗନାଙ୍କ ସହିତ କାମ କରିବା ଏକ ଯନ୍ତ୍ରଣାଦାୟକ ଅନୁଭୂତି ଥିଲା; ହନ୍‌ସଲ୍‌ ମେହେଟ୍ଟା

ନୂଆଦିଲ୍ଲୀ: ଚଳଚ୍ଚିତ୍ର ନିର୍ମାତା ହନ୍‌ସଲ୍‌‌ ମେହେଟ୍ଟା ୨୦୧୭ ରେ କଙ୍ଗନା ରାନାୱତଙ୍କ ସହ ଫିଲ୍ମ ‘ସିମରନ୍’ ନିର୍ମାଣ କରିଥିଲେ। ଫିଲ୍ମଟି ରିଲିଜ ସମୟରେ ଅନେକ ବିବାଦ ଦେଖାଦେଇଥିଲା। ଚଳଚ୍ଚିତ୍ର ନିର୍ମାଣ ବିଷୟରେ ହନ୍‌ସଲ୍‌‌ ମେହେଟ୍ଟା ପ୍ରକାଶ କରିଛନ୍ତି ଯେ ଏହି ଚଳଚ୍ଚିତ୍ରରେ କଙ୍ଗନାଙ୍କ ସହିତ କାମ କରିବା ତାଙ୍କ ପାଇଁ ଏକ ଯନ୍ତ୍ରଣାଦାୟକ ଅନୁଭୂତି ଥିଲା।
ଫିଲ୍ମର ଲେଖକ-ସମ୍ପାଦକ ଅପୂର୍ବ ଆସ୍ରାନି ଏବଂ ହନ୍‌ସଲ୍‌ଙ୍କ‌ ସହିତ ଅନ୍ୟ ପୁରୁଣା ସହଯୋଗୀମାନେ ଦାବି କରିଛନ୍ତି ଯେ କଙ୍ଗନା ଫିଲ୍ମର ସମସ୍ତ ଶ୍ରେୟ ନିଜେ ନେଇଥିଲେ ଏବଂ ଚଳଚ୍ଚିତ୍ରର ସଂସ୍କରଣ ବଦଳାଇ ଦେଇଥିଲେ। କଙ୍ଗନା କହିଥିଲେ ଯେ ଫିଲ୍ମର ମୂଳ ସ୍କ୍ରିପ୍ଟ ବ୍ୟବସାୟିକ ନୁହେଁ ଏହାପରେ ଅପୂର୍ବ ଏହାକୁ ପୁନଃ ନିର୍ମାଣ କରିଥିଲେ।

ଏକ ସାକ୍ଷାତକାରରେ ହନ୍‌ସଲ୍ ମେହେଟ୍ଟା କହିଛନ୍ତି, “ଅନେକ ଥର ମୁଁ ଭାବୁଛି ମୁଁ ଏହି ଫିଲ୍ମକୁ ତିଆରି କରି ନ ଥା’ନ୍ତି। ଏହାର କୌଣସି ଆବଶ୍ୟକତା ନଥିଲା। ଏହା ମୋତେ ବହୁତ ଦୁଃଖ ଦେଇଥିଲା। ଏହା ଠାରୁ ବେଶ୍‌ ଭଲ ଚଳଚ୍ଚିତ୍ର ହୋଇପାରଥାନ୍ତ। ଏକ ବଡ଼ ଏବଂ ଉନ୍ନତ ଚଳଚ୍ଚିତ୍ର ଗଢିବାର ଦକ୍ଷତା ମୋ ନିକଟରେ ଥିଲା। ମୁଁ ଏହାକୁ ମନେ ପକାଇବାକୁ ଚାହୁଁନାହିଁ। ଫିଲ୍ମ ରିଲିଜ ହେବା ପରେ ପରେ ଏଭଳି ସମୟ ଆସିଥିଲା ଯେଉଁଥିରେ ମୁଁ ମାନସିକ ସ୍ତରରେ ଅସୁସ୍ଥ ହୋଇପଡିଥିଲି। ଏହା ଏକ ଯନ୍ତ୍ରଣାଦାୟକ ସମୟ ଥିଲା। ଏହା ବିଷୟରେ କହିବା ବି ମ‌ୋ ପାଇଁ କଷ୍ଟକର। “

Leave A Reply

Your email address will not be published.