ଭୁବନେଶ୍ୱର: ଅନୁ ଗର୍ଗ ନୂଆ ମୁଖ୍ୟ ଶାସନ ସଚିବ। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି। ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେବେ ଅନୁ। ୧୯୯୧ ବ୍ୟାଚ୍ର IAS ଅଫିସର ଅନୁ ଗର୍ଗ। ଆସନ୍ତା ୩୧ରେ ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ସରିବ।
ବର୍ତମାନ ମନୋଜ ଆହୁଜା ମୁଖ୍ୟଶାସନ ସଚିବ ଭାବେ କାର୍ଯ୍ୟଭାର ନିର୍ବାହ କରୁଛନ୍ତି । ତାଙ୍କର କାର୍ଯ୍ୟକାଳ ଡିସେମ୍ବର ୩୧ ତାରିଖରେ ଶେଷ ହେବ । ୨୦୨୬ ଜାନୁଆରୀ ୧ ତାରିଖରୁ ଅନୁଗର୍ଗ ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟଭାର ଗ୍ରହଣ କରିବେ ।
Comments are closed.