Latest Odisha News

BREAKING NEWS

ହାତକୁ ଦି ହାତ ହେବେ ଅନୁଭବ-ଜାଗ୍ରତି, ଦିଲ୍ଲୀରେ ହେବ ଡେଷ୍ଟିନେସନ୍ ୱେଡିଂ

ଭୁବନେଶ୍ଵର: ଦୀର୍ଘ ଦିନର ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। ସରିଲା ନିର୍ବନ୍ଧ, ଆଜି ପଡିବ ହାତଗଣ୍ଠି। ଦ୍ବିତୀୟ ଇନିଂସ ଆରମ୍ଭ କରିବେ ଓଲିଉଡ୍ ଅଭିନେତା ଅନୁଭବ ମହାନ୍ତି। ଦିଲ୍ଲୀର ଜାଗ୍ରତି ଶୁକ୍ଲାଙ୍କ ହାତ ଧରିବେ କଟକର ବାଳୁଙ୍ଗା ଟୋକା। ଦିଲ୍ଲୀର ଏକ ମନ୍ଦିରରେ ହେବ ଡେଷ୍ଟିନେସନ୍ ୱେଡିଂ। ଉଭୟଙ୍କ ଆଜି ପଡିବ ହାତଗଣ୍ଠି। ହାତକୁ ଦି ହାତ ହେବେ। ପରିବାରବର୍ଗ ଓ କିଛି ହାତଗଣତି ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହେବେ। ବିବାହ ଉତ୍ସବରେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଗିରିରାଜ ସିଂହଙ୍କ ସମେତ ଅନ୍ୟ ବିଶିଷ୍ଟ ଅତିଥିମାନେ ଯୋଗଦେବାର ସମ୍ଭାବନା ରହିଛି।

ଆଗରୁ ମନ ମିଶିଥିଲା ଏବେ ଦୁହେଁ ଏକାଠି ହେବାକୁ ପ୍ରତିଶୃତି ବଦ୍ଧ। ଉଭୟ ଉଭୟଙ୍କ ହାତଧରି ହୋଇଯିବେ ସାତ ଜନମର ସାଥି। ସୋସିଆଲ ମିଡିଆରେ ଉଭୟଙ୍କ ନିର୍ବନ୍ଧର ଫଟୋ ଭାଇରାଲ୍ ହୋଇଛି। ଯାହାକୁ ନେଇ ଚର୍ଚ୍ଚା ମଧ୍ୟ ବଢିଛି। ୨୦୧୯ରେ ଉଭୟଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ବନ୍ଧୁତା ଆଉ ୨୦୨୫ରେ ସାତ ଜନ୍ମର ସାଥୀ ସାଜିଲେ ଅନୁଭବ-ଜାଗ୍ରତି। ବର୍ଷାଙ୍କ ସହ ବିବାହ ବିଚ୍ଛେଦ ପରେ ଦ୍ବିତୀୟ ବିବାହ କରିବାକୁ ଯାଉଛନ୍ତି ଅନୁଭବ।

ପୂର୍ବରୁ ଜାଗ୍ରତିଙ୍କୁ ନେଇ ଚର୍ଚ୍ଚା ଲାଗି ରହିଥିଲା। ୨୦୧୪ ଫେବ୍ରୁଆରୀରେ ଅନୁଭବ ଓ ବର୍ଷାଙ୍କ ବାହାଘର ହୋଇଥିଲା। ପରେ ୨୦୨୩ ଡିସେମ୍ବର ୨୧ ତାରିଖରେ ବିବାହ ବିଚ୍ଛେଦ ହୋଇଥିଲା। ଏହାପୂର୍ବରୁ ଜାଗ୍ରତିଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ହେଉଥିଲା। ବାରମ୍ବାର ଓଡ଼ିଶା ଆସୁଥିଲେ ଜାଗ୍ରତି ଶୁକ୍ଳା। ନିକଟରେ ଅନୁଭବଙ୍କ ଉପରେ ଲେଖିଥିବା ଜୀବନୀ ମଧ୍ୟ ରିଲିଜ୍ ହୋଇଥିଲା।

 

Comments are closed.