ଭୁବନେଶ୍ୱର: ବାହା ହେବେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ । ଗୋଆରେ ହେବ ଡେଷ୍ଟିନେସନ ୱେଡିଂ। ଆସନ୍ତା ୧୨ ତାରିଖରେ ଗୋଆସ୍ଥିତ ପାଞ୍ଜିମରେ ତାଙ୍କ ବିବାହ ଉତ୍ସବର ଆୟୋଜନ କରାଯାଇଛି। ଏନେଇ ନିଜେ ସୂଚନା ଦେଇଛନ୍ତି ବରିଷ୍ଠ ନେତା ପ୍ରଦୀପ ମାଝୀ ।
କେନ୍ଦ୍ରାପଡ଼ାର ଝିଅ ସୁଶ୍ରୀ ସଙ୍ଗୀତା ସାହୁଙ୍କୁ ସହ ତାଙ୍କର ଶୁଭ ପରିଣୟ ହେବାକୁ ଯାଉଛି। ଉଭୟ ପ୍ରଦୀପ ଓ ସୁଶ୍ରୀଙ୍କ ପରିବାର, ପ୍ରଦୀପଙ୍କ କିଛି ଅନ୍ତରଙ୍ଗ ବନ୍ଧୁ ଓ ପରିଜନଙ୍କୁ ନେଇ ଏହି ବିବାହ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ସୁଶ୍ରୀ ଜଣେ ପୂର୍ବତନ ସାମ୍ବାଦିକା ଯିଏ କିଛି ସ୍ଥାନୀୟ ଖବରକାଗଜ ଏବଂ ଟେଲିଭିଜନ ଚ୍ୟାନେଲରେ କାମ କରିଛନ୍ତି। ସେ ରାଜଧାନୀର ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତା ଏବଂ ମାସ କମ୍ୟୁନିକେଶନରେ ପାଠ ପଢିଛନ୍ତି।
ପ୍ରଦୀପ ମାଝିଙ୍କ ବୟସ ଏବେ ୪୯ ବର୍ଷ। ନବରଙ୍ଗପୁରର ସେ କଂଗ୍ରେସ ସାସଂଦ ଥିଲେ। ୨୦୨୪ ନିର୍ବାଚନ ପୂର୍ବରୁ ବିଜେଡିରେ ସାମିଲ ହୋଇଥିଲେ। ନବରଙ୍ଗପୁରରୁ ବିଜେଡି ସାଂସଦ ପ୍ରାର୍ଥୀ ହୋଇ ସେ ବିଜେପି ପ୍ରାର୍ଥୀ ବଳଭଦ୍ର ମାଝିଙ୍କଠାରୁ ହାରିଯାଇଥିଲେ।
Comments are closed.