Latest Odisha News

BREAKING NEWS

ବର୍ଷା-ଅନୁଭବ ବିବାଦ: ବର୍ଷାଙ୍କ ସ୍ପାଉସ୍ କାର୍ଡ ପ୍ରତ୍ୟାହାର ସଂପର୍କରେ ହାଇକୋର୍ଟଙ୍କ ରହିତାଦେଶ

କଟକ: ପୁଣି ତେଜିଲା ବର୍ଷା-ଅନୁଭବ ବିବାଦ । ସାଂସଦ ଅନୁଭବ ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାଦ ମାମଲା ଥମିବାର ନାଁ ଧରୁନାହିଁ । ବର୍ଷାଙ୍କ ସ୍ପାଉସ୍ କାର୍ଡ ପ୍ରତ୍ୟାହାର ସମ୍ପର୍କରେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି ।

୩ ଜଣଙ୍କୁ ଜବାବ ରଖିବାକୁ ହାଇକୋର୍ଟ ନୋଟିସ୍ ଦେଇଛନ୍ତି । ଏହି ତିନି ଜଣ ହେଲେ ପାର୍ଲାମେଣ୍ଟ ମହାସଚିବ, ଉପନିର୍ଦ୍ଦେଶକ ଏବଂ ସାଂସଦ ଅନୁଭବ । ମାର୍ଚ୍ଚ ୧୫ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି । ବ

ର୍ଷାଙ୍କ ଠାରୁ ସ୍ପାଉସ୍ କାର୍ଡ ଫେରାଇ ନେବାକୁ ସଂସଦକୁ ଜଣାଇଥିଲେ ସାଂସଦ ଅନୁଭବ । ଏନେଇ ପାର୍ଲାମେଣ୍ଟ୍ ସେକ୍ରେଟାରିଏଟ୍ ପକ୍ଷରୁ ବର୍ଷାଙ୍କୁ ନୋଟିସ୍ ହୋଇଥିଲା । ଆଉ ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ।

ସାଂସଦ ଅନୁଭବ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ । ବର୍ଷା ଜାଲ୍ କାଗଜପତ୍ର ତିଆରି କରିଛନ୍ତି । ଏ ସଂପର୍କରେ ଅନୁଭବ ଲୋକସଭା ସେକ୍ରେଟାରିଏଟକୁ ଜଣାଇଥିଲେ ।

Comments are closed, but trackbacks and pingbacks are open.