Latest Odisha News

BREAKING NEWS

ଅନୁଗୁଳରେ ପୁଣି ଏଟିଏମ୍ ଲୁଟ୍‌, ୨ଲକ୍ଷରୁ ଅଧିକ ଟଙ୍କା ଚୋରି

ଅନୁଗୁଳ: ଅନୁଗୁଳରେ ମାତିଛନ୍ତି ଏଟିଏମ୍ ଲୁଟେରା । ଲଗାତର ଦୁଇ ଦିନରେ ଦୁଇଟି ଏଟିଏମ୍ ଲୁଟ୍ କରିଛନ୍ତି ଲୁଟେରା । ଆଜି ଦ୍ୱିତୀୟ ଦିନରେ ଅମଲାପଡା ସ୍ଥିତ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏଟିଏମ୍ ଭାଙ୍ଗି ଲୁଟେରାମାନେ ୨ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଛନ୍ତି ।

ଆଜି ସକାଳେ ବ୍ୟାଙ୍କ କର୍ମଚାରୀ ବ୍ୟାଙ୍କକୁ ଆସିବା ବେଳେ ଏଟିଏମ ସଟର ବନ୍ଦ ଥିବା ଦେଖି ଖୋଲିଥିଲେ । ସଟର ଖୋଲିବା ପରେ ଏଟିଏମ ମେସିନ କଟା ଯାଇଥିବା ଦେଖି ପୋଲିସକୁ ସୂଚନା ଦିଆ ଯାଇଥିଲା । ପୋଲିସ ଘଟଣାସ୍ଥଳେ ପହଂଚି ତଦନ୍ତ ଆରମ୍ଭ କରିଛି ।

ଗତକାଲି କରଡ଼ାଗାଡ଼ିଆରେ ଥିବା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାର ଏଟିଏମ ଭାଙ୍ଗି ଟଙ୍କା ଲୁଟିଥିଲେ ଦୁର୍ବୃତ୍ତ । ଏଟିଏମ ରୁ ପ୍ରାୟ ୨୭ ଲକ୍ଷ ୯୦ ହଜାର ଟଙ୍କା ଲୁଟ ହୋଇଥିବା ଜଣା ପଡ଼ିଛି । ତେବେ ଏହି ଦୁଇଟି ଲୁଟ୍ ଘଟଣାରେ ପୋଲିସର ହାତ ଏଯାଏଁ ଖାଲି ଅଛି ।

Leave A Reply

Your email address will not be published.