Latest Odisha News

ଅନୁଗୁଳ ମାଛକୁଟା ପଞ୍ଚାୟତ ସରପଞ୍ଚ ପ୍ରାର୍ଥୀ ଅପହରଣ ମାମଲା : ଉଦ୍ଧାର ହେଲେ ନିଖୋଜ ସରପଞ୍ଚ ପ୍ରାର୍ଥୀ

ଅନୁଗୁଳ : ଅନୁଗୁଳ ଛେଣ୍ଡିପଦା ବ୍ଲକ ମାଛକୁଟା ପଞ୍ଚାୟତ ସରପଞ୍ଚ ପ୍ରାର୍ଥୀ ଅପହରଣ ମାମଲା। ଅଭିଯୋଗର ୧୨ ଘଣ୍ଟା ପରେ ପୋଲିସ ନିଖୋଜ ସରପଞ୍ଚ ପ୍ରାର୍ଥୀ ମନୋଜ ସେଠୀଙ୍କୁ ଠାବ କରିଛି । ଏହି ଘଟଣା ଘଟିବା ପରେ ଗତକାଲି ରାତିରେ ଥାନାରେ ମାମଲା ରୁଜୁ ହୋଇଥିଲା । ଅଭିଯୋଗ ପାଇବା ପରେ ପୋଲିସ ଛାନ୍ ଭିନ୍ ଜାରି ରଖିଥିଲା । ଆଜି ପୋଲିସ ମନୋଜଙ୍କ ମୋବାଇର ଟ୍ରାକିଂ କରି ସେ ଦେବଗଡ ଜିଲ୍ଲାରେ ଥିବା ଜାଣିବାକୁ ପାଇଥିଲା ।

ଛେଣ୍ଡିପଦା ପୋଲିସ ଧିରେନ ବେହେରାଙ୍କ ନେତ୍ୱତ୍ୱରେ ଏକ ଟିମ୍ କୁଣ୍ଡେଇଗାଳା ଥାନା ସଙ୍ଗାପଶି ଗାଁରେ ଥିବା ମନୋଜଙ୍କ ଶ୍ୱଶୁର ଘର ନିକଟରୁ ମନୋଜଙ୍କୁ ଉଦ୍ଧାର କରିଛି । ସେପଟେ ମେନୋଜଙ୍କୁ କିଏ ଅପହରଣ କରିଥିଲା କାରଣ ଅସ୍ପଷ୍ଟ ରହିଛି ।

ଅନ୍ୟପଟେ ମିଳିଥିବା ସୂଚନା ଅନୁସାରେ ଗତ କାଲିଠାରୁ ମନୋଜ ଘରୁ ବାହାରି ଯାଇଥିଲେ । ହେଲେ ବିଳମ୍ବିତ ରାତି ଯାଏଁ ଘରକୁ ଫେରିନଥିଲେ । ତାଙ୍କ ମୋବାଇଲ ସୁଇଚ୍ ଅଫ୍ ଥିଲା ଘର ଲୋକ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କ ପତ୍ତା ପାଇନଥିଲେ । ପରେ ପୋଲିସ ତଦନ୍ତ କରି ୧୨ ଘଣ୍ଟା ପରେ ମୋନଙ୍କୁ ଉଦ୍ଧାର କରିଛି ।

Comments are closed, but trackbacks and pingbacks are open.