Latest Odisha News

BREAKING NEWS

[ଭିଡିଓ] ରଙ୍ଗବତୀ ଗୀତରେ ନାଚି ପ୍ରଚାର କଲେ ବିଧାୟକ

ନୂଆପଡା : ନିର୍ବାଚନ ଯେତିକି ପାଖେଇ ଆସୁଛି ବିଭିନ୍ନ ଦଳର ନେତା ମାନେ ଭିନ୍ନ ଭିନ୍ନ ଢଙ୍ଗରେ ପ୍ରଚାର ଜାରି ରଖିଛନ୍ତି ।ଏଥିରୁ ବାଦ ପଡିନାହ।ନ୍ତି ନୂଆପଡା ବିଧାୟକ ରାଜେନ୍ଦ୍ର ପ୍ରସାଦ ଢୋଲକିଆ ।ରଙ୍ଗବତୀ ଗୀତର ତାଳେ ତାଳେ ନାଚି ଭୋଟରଙ୍କ ମନମୋହୁଛନ୍ତି ବିଧାୟକ । ନୂଆପଡା ଜିଲ୍ଲାର ବିଧାୟକ ରାଜେନ୍ଦ୍ର ପ୍ରସାଦ ଢୋଲକିଆ ଶାନ୍ତ ସରଳ ବ୍ୟକ୍ତିତ୍ୱ ପାଇଁ ସେ ଜଣାଶୁଣା ।

ହେଲେ ବିଧାୟକ ଖୁସି ହୋଇ ଗାଁ ଲୋକଙ୍କ ସହିତ ରଙ୍ଗବତୀ ଗୀତରେ ତାଳ ମିଶାଇ ନାଚର ମଶଗୁଲ ହେଉଥିବା ଦେଖିବାକୁ ମିଳିଛି । ନିଜ ନିର୍ବାଚନ ମଣ୍ଡଳୀର ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଗାଁକୁ ଯାଇ ଛତିଶଗଡ ନୃତ୍ୟ, ସମ୍ବଲପୁରୀ ଓ ରଙ୍ଗବତୀ ଗୀତରେ ନୃତ୍ୟାଙ୍ଗନାଙ୍କ ସହ ନାଚ କରୁଥିବା ଦେଖିବାକୁ ମିଳିଛି ।  ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଉଷ୍ମତା ଆହୁରି ବଢି ଚାଲିଛି । ବିଶେଷ କରି ଜିଲ୍ଲା ପରିଷଦ ନିର୍ବାଚନ ପ୍ରଚାରରେ କଡା ଟକ୍କରକୁ ଦୃଷ୍ଟିରେ ରଥି ତିନି ପ୍ରମୁଖ ଦଳ ନିଜ ନିଜ ପ୍ରଚାରକଙ୍କ ସହ ଭିନ୍ନ ଭିନ୍ନ ପ୍ରଚାର ଶୈଳୀ  ଅବଲମ୍ବନ କରୁଛନ୍ତି ।

ସେପଟେ ଅନେକ ଦଳ ବର୍ତ୍ତମାନେ କୋଭିଡ କଟକଣକୁ ଫୁ କରି ନିଜ ନିଜ ଦଳ ପାଇଁ ପ୍ରଚାର ଜାରି ରଖିଛନ୍ତି । ହେଲେ ଏଥିରୁ ବାଦ ପଡିନାହିନ୍ତି ନୂଆପଡା ଜିଲ୍ଲା ଶାସକ ବିଜେଡି ବିଧାୟକ । ସେପଟେ ବିଧାୟକଙ୍କ ଏହି ନୃତ୍ୟ ଆଗକୁ କିଭଳି ଭୋଟରଙ୍କୁ ଆକୃଷ୍ଟ କରିବ ତାହା ସମୟ ହିଁ କହିବ ।

Comments are closed, but trackbacks and pingbacks are open.