Latest Odisha News

BREAKING NEWS

କୋଲ ଗ୍ୟାସିଫିକେସନ ପ୍ରକ୍ରିୟା ବ୍ୟବହାର କରି ଓଡିଶା ଦେଶର ଇସ୍ପାତ ପ୍ରାଣକେନ୍ଦ୍ର ହୋଇପାରିବ – କେନ୍ଦ୍ରମନ୍ତ୍ରୀ

ଅନୁଗୁଳ : ଜିନ୍ଦଲ ଷ୍ଟିଲ ଏଣ୍ଡପାୱାର ଲିଃ (ଜେଏସପିଏଲ) ଦ୍ୱାରା ଇସ୍ପାତ ତିଆରିରେ ପ୍ରଥମକରି ବ୍ୟବହାର କରାଯାଇଥିବା କୋଲ୍ଗ୍ୟାସିଫିକେସନ୍ ପ୍ରକ୍ରିୟା ଦ୍ୱାରା ଓଡିଶା ଦେଶର ଇସ୍ପାତ ପ୍ରାଣକେନ୍ଦ୍ର ହୋଇ ପାରିବବୋଲି ଆଜି କେନ୍ଦ୍ର ଇସ୍ପାତମନ୍ତ୍ରୀ ଚୌଧରୀ ବୀରେନ୍ଦ୍ର ସିଂହ କହିଛନ୍ତି । ଆଜି ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରଲିଃ (ଜେଏସପିଏଲ)ର ୪ ଜଣ ପ୍ରମୁଖ ଇସ୍ପାତ ତିଆରି ୟୁନିଟ୍ ଗୁଡିକୁ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଚୌଧରୀ ସିଂହ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରି ଚୌଧରୀ ସିଂହ ଏହା କହିଛନ୍ତି ।

ଜେଏସପିଏଲ ଅନୁଗୁଳ ଇସ୍ପାତ କାରାଖାନାକ୍ସ ଏହି ୟୁନିଟ୍ ଗୁଡିକ ହେଲା ଭାରତର ବୃହତମ ୪୫୫୪ ଘନ ମି.ବ୍ଲାଷ୍ଟ ଫର୍ଣ୍ଣାସ୍, ଦେଶର ଅତ୍ୟାଧୁନିକ ବାର୍ଷିକ ୩ ନିୟୁତଟନ୍ କ୍ଷମତା ବିଶିଷ୍ଠ ବେଶିକ ଅକ୍ସିଜେନ ଫର୍ଣ୍ଣାସ୍, ସିନ୍ଗ୍ୟାସ ଦ୍ୱାରା ପରିଚାଳିତ ବିଶ୍ୱର ପ୍ରଥମ ଏବଂ ବୃହତମ ଡି.ଆର.ଆଇ ପ୍ଲାଂଟ, ଓ ସ୍ୱଦେଶେୀ କୋଇଲା ବ୍ୟବହାର କରି ଇସ୍ପାତ ନିର୍ମାଣ କରୁଥିବା କୋଲ୍ ଗ୍ୟାସିଫିକେସନ ପ୍ଲାଣ୍ଟ ।

କେନ୍ଦ୍ର ଇସ୍ପାତମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ଭାରତରେ ବ୍ୟବହୃତ କୋକିଂ କୋଲ୍ ୮୦ ପ୍ରତିଶତ ବାହାରୁ ଆମଦାନୀ ହୋଇଥାଏ । ଜେଏସପିଏଲର ଏହି କୋଲ୍ ଗ୍ୟାସିଫିକେସନ୍ ପ୍ରକ୍ରିୟା କୋକିଂକୋଲ୍ ଆମଦାନୀ କ୍ଷେତ୍ରରେ ନିର୍ଭଶିଳତାକୁ କମ୍ କରିପାରିବ ।

ଏହି ଅବସରରେ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ, ଆଗାମୀ ଦିନରେ ନିଯୁକ୍ତି ସୃଷ୍ଟି କରିବାରେ ଇସ୍ପାତଶିଳ୍ପ ପ୍ରମୂଖ ଭୂମିକା ଗ୍ରହଣକରିବ । ଜେଏସପିଏଲ ଦ୍ୱାରା ଏହି କୋଲ୍ଗ୍ୟାସିଫିକେସନ୍ ପ୍ରକ୍ରିୟା ବ୍ୟବହାର ଏକ ଅଗ୍ରଣୀ ଜ୍ଞାନକୌଶଳ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଏହି ଅବସରରେ ଓ.ପି. ଜିନ୍ଦଲ ଗ୍ରୁପର ମହଧ୍ୟକ୍ଷା ସାବିତ୍ରୀ ଜିନ୍ଦଲ, ଜେଏସପିଏଲର ଅଧ୍ୟକ୍ଷ ନବୀନ ଜିନ୍ଦଲ ଓ ଜେଏସପିଏଲର ବରିଷ୍ଠ ଅଧିକାରୀ ଏବଂକର୍ମଚାରୀମାନେ ଉପସ୍ଥିତ ଥିଲେ ।

ଅନୁଗୁଳର ଏହି ଗ୍ରୀନ୍ ଫିଲ୍ଡ ଇସ୍ପାତକାରଖାନା ଦେଶୀୟ କଞ୍ଚାମାଲ ବ୍ୟବହାର କରି ଇସ୍ପାତ ତିଆରି କରିବାରେ ଦେଶର ପ୍ରଥମ ଇସ୍ପାତ କାରଖାନାହେବା ପାଇଁ ପରିକଳ୍ପନା କରାଯାଇଥିଲା । କିନ୍ତୁ ସମୟକ୍ରମେ ଏହି କାରଖାନା ଉଭୟ ଅକ୍ସିେଜେନ ଏବଂ ବିଦ୍ୟୁତିକ ପ୍ରଣାଳୀରେ ଇସ୍ପାତ ତିଆରି କରିବାରେ ଦେଶର ଏକ ପ୍ରମୂଖ ଇସ୍ପାତକାରଖାନା ହୋଇଛି ବୋଲି ଜେଏସପିଏଲର ଅଧ୍ୟକ୍ଷ ନବୀନ ଜିନ୍ଦଲ କହିଛନ୍ତି । ଏହି କାରଖାନା ଆଗାମୀ ଏକବର୍ଷରେ ସଂପୂର୍ଣ୍ଣ ୬ ନିୟୁତ ଟନ ବାର୍ଷିକ କ୍ଷମତାରେ ଚାଲିବ ବୋଲି ସେ ସୂଚନା ଦେଇଛନ୍ତି ।

ସମୂଦାୟ ୩୫୦୦ ଏକର ଜାଗାରେ ପରିବ୍ୟାପ୍ତ ଓଡିଶାର ଏହିବୃହତମ ଓ ଅତ୍ୟାଧୁନିକ କାରଖାନାର ଅନ୍ୟାନ୍ୟ ୟୁନିଟଗୁଡିକ ମଧ୍ୟରେ ରହିଛି ଭାରତର ବୃହତମ ବାର୍ଷିକ ୧.୫ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ରିବାରମିଲ୍, ଅତ୍ୟାଧୁନିକବାର୍ଷିକ ୧.୨ ନିୟୁତଟନ୍ କ୍ଷମତା ବିଶିଷ୍ଠ ପ୍ଲେଟ୍ମିଲ୍, ବିଶ୍ୱର ଦ୍ରୁତତମ ବାର୍ଷିକ ୨.୩ ନିୟୁତଟନ୍ କ୍ଷମତା ବିଶିଷ୍ଟ ବିଲେଟ୍କାଷ୍ଟର, ଭାରତର ଅତ୍ୟାଧୁନିକବାର୍ଷିକ ୧.୭ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ସ୍ଲାବକାଷ୍ଟର, ଭାରତର ବୃହତମ ବାର୍ଷିକ ୧.୭୫ ନିୟୁତଟନ୍ କ୍ଷମତାବିଶିଷ୍ଠ ନୂତନ ଇଲେକ୍ଟ୍ରିକାଲ ଅକ୍ସିଜେନ ଫର୍ଣ୍ଣାସ୍ଏବଂ ୮୧୦ ମେଗାୱାଟ୍କାପ୍ଟିଭ୍ପାୱାର ପ୍ଲାଂଟ ।

ଏହି କାରଖାନା ଦ୍ୱାରା ଓଡିଶାରେ ୫୦,୦୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାସହ ଏକ ଲକ୍ଷରୁ ଅଧିକ ପରିବାର ଅର୍ଥନୈ÷ତିକ ଭାବେ ଉପକୃତହୋଇ ପାରିଛନ୍ତି ।
ଜେଏସପିଏଲ ଫାଉଣ୍ଡେସନର ସାମାଜିକ ବିକାଶ କାର୍ଯ୍ୟକ୍ରମ ଦ୍ୱାରା ସ୍ଥାନୀୟ ଅଂଚଳର ମଧ୍ୟ ବହୁବିଧ ବିକାଶ ହୋଇପାରିଥିବା କଥା କହିଛନ୍ତି ଜେଏସପିଏଲ କର୍ତ୍ତୃପକ୍ଷ ।

Leave A Reply

Your email address will not be published.