Latest Odisha News

BREAKING NEWS

ଚିଲିକା ଡ଼ଙ୍ଗାବୁଡ଼ି ମୃତ୍ୟୁ ଘଟଣା: ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ୪ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା

ଭୁବନେଶ୍ୱର/ବାଲୁଗାଁ : ନୀଳାମ୍ବୁ ଚିଲିକାରେ ଘଟଣାରେ ସମସ୍ତ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କ ପକ୍ଷରୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ।

ଚିଲିକାରେ ଘଟିଥିବା ମର୍ମନ୍ତୁଦ ଡ଼ଙ୍ଗାବୁଡ଼ି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଦୁର୍ଘଟଣାରେ ଆହତ ହୋଇଥିବା ସମସ୍ତ ଯାତ୍ରୀମାନଙ୍କୁ ମାଗଣାରେ ସମସ୍ତପ୍ରକାର ଚିକିତ୍ସା ବ୍ୟବସ୍ଥା ଯୋଗାଇ ଦିଆଯିବାର ଘୋଷଣା ମଧ୍ୟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସୂଚନାଯୋଗ୍ୟ, ବାଲୁଗାଁରୁ ୧୬ ଜଣ ଯାତ୍ରୀ ଦେଶୀ ଡ଼ଙ୍ଗା ଯୋଗେ ପ୍ରସିଦ୍ଧ ଚିଲିକା ହ୍ରଦରେ ଥିବା କାଳିଯାଇ ଦର୍ଶନ କରିବାକୁ ଯାଇଥିଲେ । ତେବେ ପାଗ ଖରାପ ଯୋଗୁଁ ନିୟନ୍ତ୍ରଣ ହରାଇ ଡ଼ଙ୍ଗାଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ଡ଼ଙ୍ଗାଟି ପାଣିରେ ବୁଡ଼ିଯିବାରୁ ଏଥିରେ ଥିବା ସମସ୍ତ ଯାତ୍ରୀ ପାଣିରେ ଭାସିଯାଇଥିଲେ । ତେବେ ଉଦ୍ଧାରକାରୀଦଳ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ଘଟଣାସ୍ଥଳରେ ୬ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା
ଏହି ଡ଼ଙ୍ଗାଜନିତ ମୃତ୍ୟୁ ଘଟଣା ଏବଂ ଯାତ୍ରୀଙ୍କର ଶୋଚନୀୟ ମୃତ୍ୟୁରେ ସାରା ରାଜ୍ୟରେ ଏକ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ଯାତ୍ରୀମାନଙ୍କର ସୁରକ୍ଷା ନେଇ ଦୃଢ ପଦକ୍ଷେପ ନେବାକୁ ପ୍ରଶାସନିକ ତତ୍ପରତା ପ୍ରକାଶ ପାଇଛି ।

Leave A Reply

Your email address will not be published.