Latest Odisha News

କରୋନା ସଂକ୍ରମଣରେ ଅବସର ପ୍ରାପ୍ତ ଆଇପିଏସ୍ ଅଧିକାରୀଙ୍କ ମୃତ୍ୟୁ

ଭୁବନେଶ୍ୱର: କରୋନା ସଂକ୍ରମଣରେ ୧୯୬୫ ବ୍ୟାଚର ଆଇପିଏସ୍ ଅଧିକାରୀ ଜନ୍ ନାୟକଙ୍କ ଗୁରୁବାର ଦିନ ମୃତ୍ୟୁ ଘଟିଛି । ଏହି ଦୁଃଖଦ ଖବର ମିଳିବା ପରେ ଓଡିଶା ଡିଜିପି ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି ।

ଟ୍ୱିଟ୍ ସୂଚନାନୁସାରେ, ଫୁଲବାଣୀ ଭଳି ପଛୁଆ ଅଞ୍ଚଳରୁ ନିଜର କାର୍ଯ୍ୟ ଆରମ୍ଭ ସହ ଡିଜି ସ୍ତରୀୟ ପାହ୍ୟା ଯାଏଁ ତାଙ୍କର ଯାତ୍ରା ଅବିସ୍ମରଣୀୟ । ସେ ଜଣେ କର୍ମଠ, ନମ୍ର ବ୍ୟକ୍ତି ଭାବେ ପରିଚିତ ଥିଲେ ।

ତାଙ୍କର ଦେହାନ୍ତରେ ଓଡିଶା ଡିଜିପି ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ମଧ୍ୟ ଅର୍ପଣ କରାଯାଇଛି ।

Leave A Reply

Your email address will not be published.