ମୁମ୍ବାଇ: ଅନୁରାଗ କାଶ୍ୟପ ଫିଲ୍ମ ବ୍ୟତୀତ ସର୍ବଦା ତାଙ୍କ ବିବାଦୀୟ ବୟାନ ନେଇ ଚର୍ଚ୍ଚାରେ ରହିଥାନ୍ତି । ନିକଟରେ ସେ ଏକ ସାକ୍ଷାତକାରରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାକୁ ଏକ ବିଜ୍ଞାପନ ସହ ତୁଳନା କରି ଆଉ ଏକ ବିବାଦ ସୃଷ୍ଟି କରିଛନ୍ତି । ତାଙ୍କର ଏହି ବୟାନକୁ ସୋସିଆଲ ମିଡିଆରେ ବେଶ ସମାଲୋଚନା କରାଯାଉଛି । ସେ କହିଥିଲେ, ମନ୍ଦିର ଉଦଘାଟନ ଏକ ବିଜ୍ଞାପନ ଥିଲା । ଦୁଇ ଗୋଷ୍ଠୀ ମଧ୍ୟରେ ବିଭେଦ ସୃଷ୍ଟି ପାଇଁ ଏହା ଏକ ଷଡଯନ୍ତ୍ର ଥିଲା । କ୍ଷମତାରେ ଥିବା ନେତା ସର୍ବଦା ହତାଶ ବ୍ୟକ୍ତିଙ୍କୁ ଟାର୍ଗେଟ କରିଥାନ୍ତି । ମୁଁ ସମ୍ପୂର୍ଣ୍ଣ ଭାବେ ନାସ୍ତିକ ।
ମୋର ଜନ୍ମ ଧର୍ମର ନଗରୀ ବାରଣାସୀରେ ହୋଇଥିଲା । ସେଠାରେ ମୁଁ ଧର୍ମକୁ ନେଇ ହେଉଥିବା ବ୍ୟାପାରକୁ ବହୁତ ପାଖରୁ ଦେଖିଛି । ଆପଣମାନେ ଏହାକୁ ରାମ ମନ୍ଦିର କହୁଛନ୍ତି ପ୍ରକୃତରେ ଏହା ରାମଲଲାଙ୍କ ମନ୍ଦିର । ଦେଶ ଏହି ଅନ୍ତରକୁ ବୁଝି ପାରୁ ନାହିଁ । ଯେତେବେଳେ ଆପଣ ସବୁ ଦିଗରୁ ନିରାଶ ହେବେ ସେତେବେଳେ ଧର୍ମ ଆଡେ ମୁହାଁଇବେ । ସେଥିପାଇଁ ନାସ୍ତିକ ଭାବେ ବଂଚିବାକୁ ଚାହେଁ । ସେ ଯାହା ହେଉ ବିବାଦ ବୟାନ ପ୍ରତି କାଶ୍ୟପଙ୍କ ଅନୁରାଗ ରହିଛି ତାହାକୁ ଖଣ୍ଡନ କରି ହେବ ନାହିଁ ।
Comments are closed.